ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ। ପ୍ରତିବର୍ଷ ଜୁଲାଇ ୩୦ ତାରିଖକୁ ବନ୍ଧୁତା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ବନ୍ଧୁତାକୁ ପାଳନ କରିବା ସହ ନୂତନ ଲୋକଙ୍କୁ ଭେଟିବା ଏବଂ ବନ୍ଧୁତା କରିବାକୁ ପ୍ରୋତ୍ସାହିତ କରିବା। ଦୁନିଆରେ ସମସ୍ତ ସମ୍ପର୍କ ଭିତରେ ବନ୍ଧୁତ୍ୱ ସମ୍ପର୍କ ପୁରା ଅଲଗା। ବନ୍ଧୁତ୍ୱ ଏକ ସୁନ୍ଦର ବନ୍ଧନ, ଯାହାକୁ ସମସ୍ତେ ଭଲପାଆନ୍ତି। ଯାହା କୌଣସ ସମ୍ପର୍କରେ ବନ୍ଧା ନୁହେଁ। ବନ୍ଧୁ ଏକ ଏମିତି ଶବ୍ଦ, ଯାହା ଆଗରେ ସବୁ ସୁଖଦୁଃଖ, ସୁବିଧା ଅସୁବିଧା ବଖାଣି ଦେଲେ ମନ ହାଲକା ହୋଇଯାଏ।
ଏହାସହ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ ଓ ବିଶ୍ୱାସର ସହ ସମ୍ପର୍କକୁ ବାନ୍ଧି ରଖିଥାଏ। ୧୯୫୮ ମସିହାରେ ପାରାଗୁଏରେ ଜୋଏସ ହଲଙ୍କ ଦ୍ୱାରା ଏହି ଦିବସ ପାଳନ ହେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମେ ଏହା ଅଗଷ୍ଟ ୨ରେ ପାଳନ କରାଯାଇଥିଲା। ପରେ ଏହା ଅଗଷ୍ଟ ୭ରେ ପାଳନ କରାଯାଇଥିଲା। ଏହି ଦିବସ ପାଳନ ଅବସରରେ ବିଶ୍ୱ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ।
- ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp
Join and get latest news update delivered to you via whatsapp
Join Now