ବିଶ୍ୱ

ବଦଳିଲା ଟ୍ବିଟର ରଙ୍ଗ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟରରେ ବଡ ଧରଣର ପରିବର୍ତ୍ତନ । କମ୍ପାନୀ ନିଜର ନୂଆ ଫିଚର ଆଜିଠୁ ଆରମ୍ଭ କରିଛି । ଆକାଉଣ୍ଟରେ ବ୍ଲୁ ଟିକ ପାଇଁ ଆଜିଠୁ ସବସ୍କ୍ରିପସନ ଦେବାକୁ ପଡିବ । ଏହାଛଡା ଟିକକୁ ମଧ୍ୟ ୩ଟି ରଙ୍ଗରେ ପରିବର୍ତ୍ତନ କରାଯାଇଛି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବିଶିଷ୍ଟ ଲୋକଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଯାଇ ପାଉଁଷିଆ ରଙ୍ଗର ଟିକ ଲଗାଯାଇଛି । ତେବେ କେବଳ ସରକାର ସହ ଜଡିତ ବ୍ୟକ୍ତିଙ୍କ ଆକାଉଣ୍ଟରେ ଏହି ପାଉଁଷିଆ ରଙ୍ଗର ଟିକ ସୋ କରିବ । ଆଉ ମଧ୍ୟ ବିଜନେସ ଆକାଉଣ୍ଟକୁ ସୁନେଲି ରଙ୍ଗର ଟିକ ଦିଆଯାଇଛି ।  ଅନ୍ୟ ୟୁଜର୍ସମାନେ ସବସ୍କ୍ରିପସନ ନେବା ପରେ ତାଙ୍କ ଆକାଉଣ୍ଟରେ ବ୍ଲୁ ଟିକ ଶୋ କରିବ । ସବସ୍କ୍ରାଇବ ପାଇଁ ୯୯୯ଟଙ୍କା ଦେବାକୁ ପଡିପାରେ । 

ଅନ୍ୟପଟେ ଟ୍ୱିଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦରୁ ଇସ୍ତଫା ଦେବା ପାଇଁ ଏଲନ ମସ୍କ ଟ୍ୱିଟରରେ ଏକ ପୋଲ ସିଷ୍ଟମ କରିଛନ୍ତି । ଏହି ପଦରେ ସେ ରହିବେ ନା ନାହିଁ ସେ ନେଇ ମତ ଦେବେ ୟୁଜର୍ସ । ତେବେ କେବଳ ବ୍ଲୁ ଟିକ ସବସ୍କ୍ରିପସନ କରିଥିବା ବ୍ୟକ୍ତି ହିଁ ଭୋଟ ଦେଇପାରିବେ । ମଙ୍ଗଳବାର ଦିନ ପ୍ରାୟ ୧୭ ମିଲିୟନରୁ ଉର୍ଦ୍ଧ୍ୱ ବ୍ୟକ୍ତି ଭୋଟ ଦେଇଥିଲେ । ଯେଉଁଥିରେ ପ୍ରାୟ ୫୭ ପ୍ରତିଶତରୁ ଅଧିକ ଲୋକେ ଇସ୍ତଫା ସପକ୍ଷରେ ଭୋଟ ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button