ଭାଇରାଲ୍

ଆକାଶରୁ ହେଉଛି ମାଛ ବର୍ଷା

ଆକାଶରୁ ବର୍ଷା ପଡିବା ଆମେ ଜାଣିଛେ। ଆକାଶରୁ ବର୍ଷାରେ କୁଆ ପଥର ପଡିତିବା ମଧ୍ୟ ଆମେ ଜାଣିଛେ। କିନ୍ତୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ କେବେ ଦେଖିଛନ୍ତି କି, ଆକାଶରୁ ମାଛ ବର୍ଷା ହେବା। ହଁ ଆଜ୍ଞା କଥାଟି ଶୁଣଇବାକୁ ଅଜବ୍ ଲାଗୁଥିଲେ ମଧ୍ୟ କଥାଟି ଏକଦମ୍ ସତ। ଏଭଳି ଘଟଣା ଦେଖିବାକୁ ମିଳିଛି ଆମେରିକାର ସାନ ପ୍ରାନ୍ସିସ୍କୋରେ। ଆକାଶରୁ ମାଛ ବର୍ଷା ହୋଇଛି ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସାନଫ୍ରାନ୍ସିସ୍କୋରେ, ବଜ୍ରପାତ ସହ ବର୍ଷା ହେବା ସମୟରେ ଲୋକମାନଙ୍କ ଛାତ ଉପରେ ଏନକୋଭି ନାମକ ଛୋଟ ମାଛ ବର୍ଷା ହେବାର ଦେଖିବାକୁ ମିଳିଥିଲା। ଏହି ମାଛ ସାଧାରଣତଃ ସମୁଦ୍ରରରେ ଦେଖା ଯାଇଥାନ୍ତି। କିନ୍ତୁ ଏହି ମାଛ ସାନ ଫ୍ରାନ୍ସିସ୍କୋରେ ଲୋକଙ୍କ ଛାତ ଓ ବଗିଚା ବ୍ୟତୀତ କାର ଉପରେ ମଧ୍ୟ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଆକାଶରୁ ଖସି ପଡିଥିବା ମାଛ ବିଷୟରେ କହିବାକୁ ଗଲେ, ଆମେରିକାରେ ଅନେକ ସମୟରେ ଦଖାଯାଏ ଯେ, ଝଡ,ବାତ୍ୟା ଓ ବର୍ଷା ସମୟରେ ମାଛ ପାଣିରେ ପହଁରୁଥିବାର ଦେଖାଯାଇଥାଏ। ଏଥର ସାନ ଫ୍ରାନ୍ସିସ୍କୋରେ ଏସବୁ ନଜର ଆସିବା ପଛର କାରଣ ସିଗୁଲ ଓ ପେଲିଙ୍କାସ୍‌ ପରି କିଛି ବଡ ପକ୍ଷୀ ବୋଲି କୁହାଯାଉଛି। ଯେହେତୁ ସାନ ଫ୍ରାନ୍ସିସ୍କୋରେ ଏକ ସମୁଦ୍ର ଅଞ୍ଚଳ ରହିଛି ଏବଂ ଏଠାରେ ଏନକୋଭି ମାଛଙ୍କ ସଂଖ୍ୟା ବହୁତ ଅଧିକ ଦେଖିବା ପାଇଁ ମିଳିଥାଏ। ସେମାନଙ୍କୁ ସିଗୁଲ ଓ ପେଲିଙ୍କାସ୍‌ ନାମକ ପକ୍ଷୀମାନେ ଖାଇଥାନ୍ତି। SFGate ଅନୁଯାୟୀ, ଯେତେବେଳେ ପକ୍ଷୀମାନଙ୍କୁ ଅଧିକ ମାଛ ମିଳିଯାଇଥାଏ, ଅନେକ ଥର ନୂତନ ମାଛ ଧରିବା ପାଇଁ ପୁରୁଣା ମାଛ ଖାଇବା ପରିବର୍ତ୍ତେ ଯେକୌଣସି ସ୍ଥାନକୁ ପକାଇ ଦେଇଥାନ୍ତି। ନ୍ୟାସନାଲ ଜୋଗ୍ରାଫିକ ରିପୋର୍ଟ ଅନୁଯାୟୀ, ଆକାଶରୁ ଜୀବଙ୍କ ବର୍ଷା ହେବାର ଘଟଣା ବୈଜ୍ଞାନିକ ଭାବରେ ସମ୍ଭବ ହୋଇଥାଏ। ତେବେ ଏହାକୁ ବୈଜ୍ଞାନିକ ପ୍ରକ୍ରିୟାରେ ଜଳ ସ୍ର୍ପାଉଟସ୍ କୁହାଯାଏ। ବାସ୍ତବରେ ଏହା ଏକ ପ୍ରକାର ଘୂର୍ଣ୍ଣିବଳୟ ହୋଇଥାଏ, ଯାହା ପୋଖରୀରେ ଏବଂ ହ୍ରଦ ପରି ଜଳର କିଛି ଅଂଶରେ ସୃଷ୍ଟି ହୋଇଥାଏ।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button