ଭାଇରାଲ୍ରାଜ୍ୟ

ଶିଳ୍ପପତି ଦାନକଲେ ୬ ଶହ କୋଟି ଟଙ୍କାର ସମ୍ପତ୍ତି

ଜଣେ ଶିଳ୍ପପତି ଯିଏ କି ନିଜର ୬ ଶହ କୋଟି ଟଙ୍କାର ସମ୍ପତ୍ତି ଦାନ କରିଦେଇଛନ୍ତି । ଉତ୍ତରପ୍ରଦେଶ ର ଜଣେ ଶିଳ୍ପପତି ସରକାରଙ୍କୁ ସମସ୍ତ ସମ୍ପତ୍ତି ଦାନ କରି ଚର୍ଚ୍ଚାରେ । ଏ ଖବର ଶୁଣିଲେ ଆପଣ ଘାବରେଇଯିବେ ଯ କିନ୍ତୁ ଖବରଟି ସମ୍ପୁର୍ଣ ସତ୍ୟ । ବର୍ତ୍ତମାନ ସମସ୍ତେ ସମ୍ପତ୍ତି ସଞ୍ଚୟ କରି ଆରାମ ଅୟସରେ ଜୀବନ କଟାଇବାକୁ ଚାହୁଁଛନ୍ତି ସେତେବେଳେ ଏହି ସିଳ୍ପପତି ଜଣକ ମୋହମାୟାରୁ ଦୁରରେ ରହି ନିଜର ସମସ୍ତ ସମ୍ପତ୍ତି ଦାନ କରିଦେଇଛନ୍ତି ବାସ୍ତବରେ ସେ ସମସ୍ତଙ୍କ ପାଇଁ ଉଦାହାରଣ ।

ଦେଶରେ ନିଶ୍ଚିୟ ଏଭଳି ଘଟଣା ବିରଳ । କିଏ ସେହି ଶିଳ୍ପପତି ଯିଏ ନିଜର ୬ ଶହ କୋଟି ଟଙ୍କାର ସମ୍ପତ୍ତି ଦାନ କରିଦେଇଛନ୍ତି । ଉତ୍ତରପ୍ରଦେଶ ମୁରାଦାବାଦର ସବୁଠୁ ବଡ ଶିଳ୍ପପତି ହେଉଛନ୍ତି ଡା. ଅରବିନ୍ଦ କୁମାର ଗୋଏଲ । ସବୁ ସମ୍ପତ୍ତି ଗରିବଙ୍କୁ ଦାନ କରିଦେଇଛନ୍ତି ଯାହାର ମୁଳ୍ୟ ୬ ଶହ କୋଟି ଟଙ୍କା ହେବ ।

ସେ କେବଳ ନିଜର ଏକ ଘରକୁ ଛାଡି ସବୁ ଦାନ କରିଦେଇଛନ୍ତି । ୫୦ ବର୍ଷର ସମସ୍ତ ପରିଶ୍ରମର ଫଳ ସମସ୍ତ ସମ୍ପତ୍ତି କୁ ଦାନ କରି ସେ ଏବେ ଚାରିଆଡେ ଚର୍ଚ୍ଚାରେ । ଗୋଏଳ ଏହି ସମ୍ପତ୍ତି ଉତ୍ତରପ୍ରଦେଶ ସରକାରଙ୍କୁ ଦାନ କରିଦେଇଛନ୍ତି । ତେବେ ଉତ୍ତରପ୍ରଦେଶ , ରାଜସ୍ଥାନ , ମହାରାଷ୍ଟ୍ର ସମତେ ଅନକେ ରାଜ୍ୟରେ ତାଙ୍କର ୧୦୦ ରୁ ଉର୍ଧ ଶିକ୍ଷାନୁଷ୍ଟାନ , ବୃଦ୍ଧାଶ୍ରମ , ଏବଂ ହସପିଟାଲ ରହିଛି । କରୋନା ସମୟରେ ମଧ୍ୟ୍ୟ ଗୋଏଲ ଲୋକଙ୍କୁ ସହାୟତା କରିଥିଲେ ।

ଲକଡାଉନ୍ ସମୟରେ ମୁରାଦାବାଦ ର ୫୦ ଗାଁ କୁ ପୋଷ୍ୟ ଗାଁ ଭାବରେ ନେଇ ମାଗଣା ଖାଦ୍ୟ ଓ ଔଷଧ ବଣ୍ଟନ କରିଥିଲେ । ସେ ତାଙ୍କର ମହାନ କାର୍ଯ୍ୟ ପାଇଁ ପୁର୍ବରୁ ବହୁବାର ସମ୍ମାନିତ ହୋଇସାରିଛନ୍ତି । ତାଙ୍କର ସମାଜସେବା ପାଇଁ ପୁର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ , ପ୍ରତିଭା ଦେବୀ ସିଂ ପାଟିଲ ଓ ରାମନାଥ କୋବିନ୍ଦ ମଧ୍ୟ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି ।

ଗୋଏଲଙ୍କ ଜନ୍ମ ମୁରାବାଦରେ ହୋଇଥିଲା ତାଙ୍କ ପିତା ପ୍ରୋମଦ କୁମାର ଓ ମାତା ଶକନ୍ତୁଳା ଦେବୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସମ୍ପତ୍ତି ଦାନ କରିସାରିବା ପାରେ ଗଣମାଧ୍ୟ୍ୟମକୁ କହିଲେ ଯେ ସେ ୨୫ ବର୍ଷ ପୁର୍ବେ ମନସ୍ଥ କରିଥିଲେ ଏହି କାର୍ଯ୍ୟ କରିବା ପାଇଁ । ସେ ସମୟର ଏକ ଘଟଣା କହିଥିଲେ । ଡିସେମ୍ବର ମାସ ଥାଏ ଶୀତ ଦିନ ମୁଁ ଟ୍ରେନରେ ଚଢିବା କ୍ଷଣି ସାମନାରେ ଜଣେ ଗିରବ ଲୋକ ଥଣ୍ଡାରେ ଥରୁଥିବାର ନଜର ଆସିଥିଲେ । ତା ପାଖରେ ନା ଚାଦର ଥିଲା ନା ଚପଳ ଥିଲା । ସେ ଲୋକ ଜଣକର କଷ୍ଠ ଦେଖିବା ପରେ ସେ ଆଉ ସମ୍ଭାଳିପାରିନତିଲେ ।

ନିଜ ଜୋତା କାଢି ତାଙ୍କୁ ଦେଇଦେଇଥିଲେ । ମୋ ପାଇଁ ଖାଲି ଗୋଡରେ ବସିବା ଅସହ୍ୟ ହୋଇପଡ଼ିଥିଲା । ଥଣ୍ଡା ଅନୁଭବ କଲେ । ସେ ଭାବିଲେ ଯେ ଏପରି ଅନକେ ଲୋକ ଥିବେ ସଂସାରରେ ଯାହାର ଅବସ୍ଥା ଏମିତି ଥିବ । ସେବେଠାରୁ ଗରିବ ଓ ବେସେହାରାଙ୍କୁ ସାହାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ । ଜୀବନରେ ଭରସା ନାହିଁ । ତେଣୁ ଜୀବନ ଥିବା ସମୟରେ ନିଜର ସମସ୍ତ ସମ୍ପତ୍ତି ସଠିକ ହାତରେ ଦାନ କରିଦେଇଛନ୍ତି ।

ଅନାଥ ଗରିବ ଓ ବେସେହାରା ଲୋକଙ୍କ କାମରେ ଆସିବ । ଜିଲ୍ଲା ପ୍ରଶାସନ କୁ ଚିଠି ଲେଖିଛି ସେ ଆଗାମୀ କାର୍ଯ୍ୟ କରିବେ । ସମ୍ପତ୍ତି ବିକ୍ରି ପରେ ଯେଉଁ ଅର୍ଥ ଆସିବ ତାହା ବେସେହାରା ଲୋକଙ୍କ ପାଇଁ ମାଗଣା ଶିକ୍ଷା ଏବଂ ଚିତ୍କିସାରେ ଲାଗିବ । ତାଙ୍କର ଏପରି କାର୍ଯ୍ୟ ପାଇଁ ସାରା ଦେଶରେ ସେ ପ୍ରଶଂସାର ପାତ୍ର ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button