ଭାଇରାଲ୍

ପରୀକ୍ଷା ଦିନ ଚାଲିଗଲେ ମା

ପରୀକ୍ଷା ଦିନ ଚାଲିଗଲେ ମା । ମୁଣ୍ଡ ଉପରେ ଚଡକ ପଡିଲା ଭଳି ଗୋଟିଏ ପଟେ ମା ଚାଲିଯିବାର ଦୁଃଖ ଅନ୍ୟପଟେ ଭବିଷ୍ୟତ ଚିନ୍ତା । କାହାକୁ ବାଛିବେ । ହାର ମାନି ନଥିଲେ । ଶେଷରେ ଛାତିକୁ ପଥର କରି ପରୀକ୍ଷା ଦେବାକୁ କୁ ଗଲେ । ପରୀକ୍ଷା ଦେଲେ ଆଉ ଭଲ ନମ୍ଭର ବି ରଖିଲେ । ଏହା ହେଉଛି ତେଲେଙ୍ଗାନର ଦୁର୍ଗାପ୍ରସାଦଙ୍କ କଥା । ନାଁ ଯେମିତି କାମ ବି ସେମିତି । ଦୁର୍ଗାପ୍ରସାଦ ଜେଇଇ ମେନ୍‌ରେ ରଖିଛନ୍ତି ୯୬ଦଶମିକ ୪୮ ପ୍ରତିଶଥ ନମ୍ଭର । ତେଲେଙ୍ଗାନା ରାଜ୍ୟରେ ଟପ କରିଛନ୍ତି ଦୁର୍ଗାପ୍ରସାଦ । ଗରିବ ପରିବାରର ହେଲେ ବି ପାଠପଢା ପ୍ରତି ଥିଲା ପ୍ରବଳ ଆଗ୍ରହ ।

ଜେଇଇ ପରୀକ୍ଷା ପାଇଁ କୌଣସି କୋଚିଂ ନେଇନଥିଲେ ଦୁର୍ଗପ୍ରସାଦ । ଟଙ୍କା ନଥିବାରୁ ଗୁଗୁଲରୁ ସବୁ ପାଠ ପଢୁଥିଲେ ଦୁର୍ଗାପ୍ରସାଦ । ଦୁର୍ଗାପ୍ରସାଦଙ୍କ ବାପା ମୋହନ ରେଡ୍ଡୀ ଜଣଏ କୃଷକ । ମୋହନ ରେଡ୍ଡୀଙ୍କ ଆଉ ଜଣେ ପୁଅ ଆଇଦ୍ରାବାଦରେ ଆଇନ ପାଠ ପଢୁଛନ୍ତି । ଦୁର୍ଗାପ୍ରସାଦଙ୍କ ମା ଜନ୍ମରୁ ଦୃଷ୍ଟିହୀନ ଥିଲେ । କଥାରେ ଅଛି ଇଛା ଥିଲେ ଉପାୟ ଆସେ । ସମାଜରେ ଏମିତି ଅନେକ ଉଦାହରଣ ଅଛି ନିଷ୍ଠାର ସହ କାର୍ଯ୍ୟ କରି ଅନ୍ୟର ବାଧା ପ୍ରତିବନ୍ଧକ ଭିତରେ ସଫଳଥା କୁ ପାଇପାରୁଛନ୍ତି । ଦୁର୍ଗପ୍ରସାଦ ସେମାନଙ୍କ ମଧ୍ୟ୍ୟରୁ ଅନ୍ୟତମ । ସମସ୍ତ ସୁବିଧା ସୁଯୋଗ ଭିତରେ ରହୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବାସ୍ତବରେ ଦୁର୍ଗପ୍ରସାଦ ଜଣେ ଉଦାହରଣ l

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button