ଭାଇରାଲ୍

୫୦ ହଜାର ଟଙ୍କାର ମେକଅପ୍ କରି ଫେରାର…

ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଏମିତି ଘଟଣା ଘଟୁଛି । ପାର୍ଲର କୁ ମହିଳା ମାନେ ନିଜର ସୌନ୍ଦର୍ଯ୍ୟ କୁ ବଜାଇ ରଖିବା ପାଇଁ ଆସନ୍ତି । ବର୍ତ୍ତମାନ ଚାରିଆଡେ ପାର୍ଲର ମାନିଆ । ମା ଝିଅ ୫୦ ହଜାର ଟଙ୍କାର ମେକଅପ୍ କଲେ ଓ ପାର୍ଲର ମାଲିକଙ୍କୁ ଚୁନା ଲଗାଇ ଚାଲିଗଲେ। ପାର୍ଲର ମାଲିକ ଭକୁଆ ହୋଇ ଚାହି ରହିଛନ୍ତି ମା ଝିଅ ଆସିବେ ଓ ପଇସା ଦେବେ । କିନ୍ତୁ ସେମିତି କିଛି ହେଲା ନାହିଁ । ଜଣଙ୍କ ପରେ ଆଉ ଜଣେ ମେକଅପ କଲେ ଓ ଯେତେବେଳେ ବିଲ୍ ଦବାର ସମୟ ଆସିଲା ଜଣେ ଆଉ ଜଣଙ୍କ ପାଖୁ ୱେଟିଙ୍ଗ୍ ରୁମକୁ ଆସିଲେ ପଇଶା ଦେବାପାଇଁ । ଅନ୍ୟ ମାନେ ମଧ୍ୟ୍ୟ ପଇସା ଦେବା ଆସନ୍ତି ଓ ବିଲ୍ ପଇଠ କରି ଚାଲିଯାନ୍ତି । କିନ୍ତୁ ମା ଝିଅ ଙ୍କ କ୍ଷେତ୍ରରେ ସେମିତ କିଛି ହେଲା ନାହିଁ । ଅନ୍ୟ ଗ୍ରାହକ ମାନଙ୍କ ଷ୍ଟାଇଲ କୁ ଫଲୋ କଲେ କିନ୍ତୁ ପଇସା ନ ଦେଇ ଚାଲିଗଲେ ।

ଏଭଳି ଘଟଣାକୁ ନେଇ ପାର୍ଲର ମାଲିକ ଜାଦେ ଆଦାମସ୍ ପୋଲିସ ର ଦ୍ବାରସ୍ଥ ହୋଇଛନ୍ତି । ତାଙ୍କ କହିବା କଥା ଟ୍ରିଟମେଣ୍ଟ ଓ ଅନ୍ୟ ଦାମୀ ମେକଅପ କଲେ । ବିଲ୍ ହେଲା ୪୮ ହଜାର ୯୪୨ ଟଙ୍କା । ଘଟଣା ଟି ଘଟିଛି ବ୍ରିଟେନରେ । ବ୍ରିଟେନ ପୋଲିସ ର ସହାୟତା ନେଇଛନ୍ତି ପାର୍ଲର ମାଲିକ । ବର୍ତ୍ତମାନ ସୁଦ୍ଧା ପୋଲିସ ଉଭୟ ମା ଝିଅ ଙ୍କୁ ଖୋଜୁଚି ସେମାନଙ୍କ ପତ୍ତା ପାଉନି ଓ ପଇଶା ପାଇନାହାଁନ୍ତି ପାର୍ଲର ମାଲିକ । ଏଭଲି ଘଟଣାରେ ମାଲିକ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏଭଳି ଘଟଣା ତାଙ୍କ ବ୍ୟବସାୟ ସମୟରେ କେବେ ବି ହୋଇନାହିଁ । ସିସିଟିଭି ଫୁଟେଜ ରୁ ମାଲିକ ପୋଲିସ କୁ ସେମାନଙ୍କ ଫୋଟୋ ଦେଇଛନ୍ତି ।

କିନ୍ତୁ କିଛି ଲାଭ ହେଲା ନାହିଁ । ଶେଷରେ ମାଲିକ ଜଣଙ୍କ ବାଧ୍ୟ୍ୟ ହୋଇ ଉଭୟ ମା ଝିଅ ଙ୍କ ଫୋଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ସହିତ ତାଙ୍କ ବିଷୟରେ ଲେଖିଛନ୍ତି । ଏଭଳି ବ୍ୟକ୍ତି ଙ୍କ ପ୍ରତି ସତର୍କ ରୁହନ୍ତୁ । ଅନ୍ୟ ପାର୍ଲର ମାଲିକଙ୍କ ସହ ମଧ୍ୟ୍ୟ ଏମିତି ଘଟିପାରେ । ଗ୍ରାହକ ଙ୍କ ପ୍ରତି ସତର୍କ ରୁହନ୍ତୁ । ସବୁ ଗ୍ରାହକ ସମାନ ନୁହଁନ୍ତି । ବ୍ରିଟେନ ଭଳି ଦେଶରେ ଏମତି ଘଟଣା ଘଟୁଛି ସାଧାରଣ ଲୋକ ଶୁଣିଲେ ବିଶ୍ବାସ କରିବେ ନାହିଁ । ଜେମ ଆଦାମସ୍ ଗ୍ରାହକ ମାନଙ୍କ ପେମେଣ୍ଟ ଶୈଳିରେ କିଛି ପରିବର୍ତ୍ତନ କରିବେ ବୋଲି କହିଛନ୍ତି l

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button