କୁନି କୁନି ପିଲାଙ୍କ ପାଠ ପଢ଼ା ପାଇଁ ସ୍କୁଲଗୁଡ଼ିକରେ ସରକାରଙ୍କ ପକ୍ଷରୁ ଅନେକ ବ୍ୟବସ୍ଥା କରାଯାଉଛି । ହେଲେ ସ୍କୁଲରେ ପିଲାଙ୍କୁ ପାଠପଢ଼ାଇବା ବଦଳରେ କାଠ ହଣାଉଛନ୍ତି ଶିକ୍ଷକ। ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଗାଙ୍ଗିଯୋଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ଛାତ୍ରମାନେ ମଧ୍ୟାହ୍ନ ଭୋଜନ ପାଇଁ ଟାଙ୍ଗିଆ ଧରି କାଠ ହାଣୁଥିବା ଦେଖିବାକୁ ମିଳିଛି । ଏଥିସହିତ ପିଲାଙ୍କୁ ମଧ୍ୟାହ୍ନରେ ଅଣ୍ଡା ଖାଇବାକୁ ନଦେଇ କଞ୍ଚା ଅଣ୍ଡା ବଣ୍ଟା ଯାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ତେବେ ଗାଙ୍ଗିଯୋଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏ ଦୃଶ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧିଜୀବୀ। ସରକାର କୋମଳ ମତି ଶିଶୁଙ୍କ ଶିକ୍ଷାର ବିକାଶ ପାଇଁ ସର୍ବଶିକ୍ଷା ଅଭିଯାନ ସହିତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ନୂତନ ଗାଇଡ଼ ଲାଇନ ଆଣିଛନ୍ତି। ମାତ୍ର ବିଦ୍ୟାଳୟର ଶିକ୍ଷକ ଶାରୀରିକ ଓ ମାନସିକ ଦଣ୍ଡ ପ୍ରଦାନ କରିବା ଯାହା ଶିକ୍ଷା ନୀତିକୁ କୋଠରାଘାତ କରିଛି। ତେବେ ଭିଡିଓ ଭାଇରଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କାମାକ୍ଷାନଗର ବ୍ଲକ ଶିକ୍ଷା ଅଧିକାରୀ ସରୋଜ କୁମାର ସାହୁ। ଏବିଓ ଏବଂ ସିଆରସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଖୁବଶୀଘ୍ର ଆକ୍ସନ ନିଆଯିବ ବୋଲି ସେ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now