ଆନ୍ଦୋଳନରେ ସଂଘ- ଟେନସନରେ ସରକାର..

 ଗୋଟିଏ ପଟେ ବିଧାନସଭା ଚାଲୁଛି। ଆଉ ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ବସିଛନ୍ତି ଅନେକ ସଂଗଠନ। ନିଜର ଦାବି ପୂରଣ ସକାଶେ କେଉଁ ସଂଗଠନ ଅହୋରାତ୍ର ଧାରଣାରେ ବସିଛି ତ କେଉଁ ସଂଗଠନ ହକ୍ ହାସଲ ନ ହେଲା ଯାଏ ଧାରଣାସ୍ଥଳରୁ ଯିବେନି କହି ଅଡ଼ି ବସିଛନ୍ତି। ରିଷ୍ଟ୍ରକଚରିଂ ପ୍ରତ୍ୟାହାର ନହେଲା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛି ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ। ସ୍ଥାୟୀ ନିଯୁକ୍ତି ଦାବିରେ ଉଜ୍ୱଳା ଦିଦି ସଂଘ ବି ସରକାରଙ୍କ ପାଖରେ ଦାବି କରିଛି। ସେପଟେ ସମାନ କାମକୁ ସମାନ ଦରମା ଦାବିରେ ୬୬୨ ବର୍ଗ କଲେଜ ଶିକ୍ଷକ ସଂଘର ହଜାର ହଜାର କର୍ମଚାରୀ ଲୋୟର ପିଏମଜିରେ ପ୍ରତିବାଦ କରିଛନ୍ତି। ଚାକିରୀ ସର୍ତ୍ତାବଳୀ ସହ ପେନସନ ଦାବିରେ ଅଡ଼ି ବସିଛି ସଂଘ। ମାଷ୍ଟରକ୍ୟାଣ୍ଟିନରୁ ବିଶାଲ ରାଲିରେ ଅଧ୍ୟାପକ ଓ କର୍ମଚାରୀ ଇଛାଧିନ ଛୁଟି ନେଇ ଆନ୍ଦୋଳନରେ ସାମିଲ୍ ହୋଇଥିଲେ। ସରକାର ଦାବିକୁ ଅଣଦେଖା କଲେ, ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ବର୍ଜନ କରାଯିବ। ଏହା ସହ କଠୋର ପଦକ୍ଷେପ ନେବ ବୋଲି କହିଛି ନିଖିଳ ଓଡ଼ିଶା ୬୬୨ ଅନୁଦାନପ୍ରାପ୍ତ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ।

ଅଧ୍ୟାପକ ଓ କର୍ମଚାରୀଙ୍କ ଆନ୍ଦୋଳନକୁ ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏବେ ପରୀକ୍ଷାର ସମୟ। ଆନ୍ଦୋଳନ କରନ୍ତୁନି। ସରକାର ସେମାନଙ୍କ ଦାବି ଉପରେ ବିଚାର କରୁଛନ୍ତି। ଦାବି ପାଇଁ କମିଟି ବି ହୋଇଛି। ଆନ୍ଦୋଳନ ନ କରି ନିଜ କାମ ସମ୍ପାଦନ କରିବାକୁ ଅପିଲ୍ କରିଛନ୍ତି ମନ୍ତ୍ରୀ।

ଲମ୍ୱା ସମୟ ଧରି ଚାଲିବ ବିଧାନସଭାର ଅଧିବେଶନ। ସେଥିଲାଗି ବିଭିନ୍ନ ଦାବି ହାସଲ ଲାଗି ଏହାକୁ ପ୍ରକୃଷ୍ଟ ସମୟ ଧରି ବିଭିନ୍ନ ସଂଗଠନ ଧାରଣା, ଆନ୍ଦୋଳନ ଆରମ୍ଭ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *