ରାଜ୍ୟ

ଇଂଜିନିୟର କରୁଛନ୍ତି ଜୋତା ସିଲେଇ…

ପେଟ ପୋଷ ନାହିଁ ଦୋଷ । ଯେତେବେଳେ ଜଣଙ୍କ ପେଟ ପୋଡିଯାଉଥିବା ସେତେବେଳେ ସେ କିଛି ଦେଖେନାହିଁ । ମାନ ସମ୍ମାନ ଇଜ୍ଜତ କିଛି ମାନେ ରଖେନା । କାରଣ ପେଟ ପାଇଁ ନାଟ । ପେଟ ଚାଖଣ୍ଡେ ପାଇଁ ଛୋଟ ରୁ ବଡ ସମସ୍ତେ କାମ କରୁଛନ୍ତି ତଫାତ କେବେଳ ଏତିକି କିଏ କମ ଦରମା ପାଉଛି ତ ଆଉ କିଏ ଅଧିକ । କିନ୍ତୁ ଖଟୁଛନ୍ତି ସମସ୍ତେ ।ଉଦ୍ଦେଶ୍ୟ ଗୋଟିଏ ରୋଜଗାର କରିବା । କେନ୍ଦ୍ର ସରକାର କହିଥିଲେ ବର୍ଷକୁ ୨ କୋଟି ଚାକିରି ଦିଆଯିବ । ପ୍ରଥମ ପାଞ୍ଚ ବର୍ଷ ଶାସନ ଭାର ପୁର୍ଣ କରିବା ପରେ ଦିତ୍ବୟ ପାଳିତ ତୃତୀୟ ବର୍ଷ ରେ ପହଞ୍ଚିଲାଣି । ନିଯୁକ୍ତି କେତେ ପାଇଛନ୍ତି ଏ ନେଇ କୌଣସି ସଠିକ ତଥ୍ୟ ପ୍ରଦାନ କରାଯାଇନାହିଁ । ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ଇଂଜିନିୟର କିନ୍ତୁ ପେଟ ପାଟଣା ପାଇଁ ଜୋତା ସିଲେଇ କରୁଛନ୍ତି ।

ବଞ୍ଚିବା ପାଇଁ ଇଜନିୟର ଙ୍କ ପାଖରେ ଜୋତା ସିଲେଇ ଛଡା କୌଣସି ବିକଳ୍ପ ନଥିଲା । ତାମିଲନାଡୁର ଶିବଗାଙ୍ଗ ଜିଲ୍ଲାର ଇଂଜିନିୟର କାର୍ତ୍ତିକ । ସିଭିଲ ଇଂଜିନିୟର ପାଠ ସରିବା ପରେ ତାଙ୍କୁ ଚାକିର ଅଫର ମିଳିଲା । ଯାହା ଅପର ଆସିଲା ତାହା ଅପେକ୍ଷା ଚାକିରି ନକରି ଜୋତା ସିଲେଇ କୁ ଅଧିକ ପସନ୍ଦ କଲେ କାର୍ତ୍ତିକ । ମାସକୁ ୪ ରୁ ୫ ହଜାର ଟଙ୍କା ଜଣେ ଗ୍ରାଜୁଏଟ ଇଂଜିନିୟର ଦରମା ପାଇବ ତାହା ଅପେକ୍ଷା ବେକାର ରହିବା ଭଲ । ସାମ୍ପ୍ରତିକ ପରିସ୍ଥିତି ରେ ବଜାର ଦରଦାମ ଯାହା ୪ ରୁ ୫ ହଜାର ଟଙ୍କାରେ ଚଳିବା ଅସମ୍ଭବ ଗୋଟିଏ ପ୍ରକାର । ଶେଷରେ ତାଙ୍କ ବାପାଙ୍କର ଜୋତା ସିଲେଇ ଦୋକାନ ଥିଲା । ଏହି ଦୋକାନରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ କହିଛନ୍ତି ସରକାର ଯଦି ତାଙ୍କୁ ଚାକିର ପ୍ରାଦନ କରନ୍ତି ତେବେ ତାଙ୍କ ପାଇଁ ଏହା ବଡ ସାହାର୍ଯ୍ୟ ହେବ ।

ସୋସିଆଲ ମିଡିଆରେ ଏହି ନିଜ୍ୟୁସେୟାର ହେବା ପରେ ବିଭିନ୍ନ ମତ ପ୍ରକାଶ ପାଇଲା ।ଆମ ଦେଶରେ ଜଣେ ଇଂଜିନିୟର ଙ୍କ ଦରମା ଜଣେ ମୁଲିଆ ଠାରୁ ମଧ୍ୟ୍ୟ ୫ ଗୁଣା କମ୍ । ଜଣେ ଶ୍ରମିକ ର ସର୍ବନିମ୍ନ ମଜୁରୀ ୫ ଶହ ଟଙ୍କା ଅର୍ଥାତ୍ ମାସକୁ ୧୫ ହଜାର ଟଙ୍କା କିନ୍ତୁ ଇଂଜିନିୟର ପାଠ ପଢିଲେ ନା ମିଳୁଛି ରୋଜଗାର ନା ମିଳୁଛି ସମ୍ମାନ । କେହି କହିଛନ୍ତି ସରକାର ପ୍ରାଇଭେଟ ସେକ୍ଟର ରେ ସାଲାରୀ ର ସଂସ୍କାର ଆଣିବା ଦରକାର । କାରଣ ଜଣେ ସରକାର ଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯାହା ଦରମା ପାଉଛି ପ୍ରାଇଭେଟ ସେକ୍ଟରରେ ଉଚ୍ଚ ପଦବୀରେ ଥିବା ଲୋକ ଦରମା ତା ଠାରୁ ମଧ୍ୟ୍ୟ କମ୍ ।

ସେଥିପାଇଁ ଘରୋଇ ଚାକିର ପାଇଁ ସରକାର ନିର୍ଦ୍ଦିଷ୍ଟ ନୀତି ନୀୟମ ଦରମାରେ ସଂସ୍କାର ଆଣିବା ଆବଶ୍ୟକ । ଆଉ କେତକ ସ୍ଥାନରେ ଇଂଜିନିୟର ମାନେ ୧୫ ରୁ ୨୦ ହଜାର ଦରମା ପାଇଁ ଦିନତମାମ କାର୍ଯ୍ୟ କରୁଛନ୍ତି । ଏହା ଆମର ଶିକ୍ଷା ବ୍ୟବସ୍ଥା ଓ ସରକାର ଙ୍କ ପ୍ରତି ସମାଲୋଚନା ନୁହେଁ କି । ଜଣେ ଟୁଇଟର ୟୁଜର କେନ୍ଦ୍ର ମନ୍ତ୍ରୀ ନୀତନ ଗଡକରୀ ଙ୍କୁ ଟ୍ୟାଗ କରିଛନ୍ତି । ସେ ଲେଖିଛନ୍ତି ଜଣେ ଇଂଜିନିୟର କିଭଳି ଚାକିର ଆବଶ୍ୟକ କରୁଛି । ଏ ଘଟଣା ପ୍ରଚାର ହେବା ପରେ ରାଜ୍ୟ ସରକାର ହୁଅନ୍ତୁ କେନ୍ଦ୍ର ସରକାର ଉଭୟ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି ।

  • ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button