ଚାଷୀମାନଙ୍କ କ୍ଷତିପୂରଣ ଆକଳନ ଓ ସହାୟତା ଘୋଷଣା ପ୍ରଶାସନର ବିଳମ୍ବତା ପାଇଁ ଚାଷୀ ମାନଙ୍କ ଆନ୍ଦୋଳନ । ଯାହାର ଝଲକ ଦେଖିବାକୁ ମିଳିଛି ବାଙ୍କି ଅଞ୍ଚଳର ବରପୁଟ ଗ୍ରାମ ପଞ୍ଚାୟତର ଚାଷୀ ଏବଂ ସରପଞ୍ଚଙ୍କ କ୍ଷୋଭ। ଗଜାଧାନ ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପଶି କାର୍ଯ୍ୟାଳୟ ଭିତରେ ନାରାବାଜି କରିଥିବା ଦେଖିବାକୁ ମିଳିଛି । ନଷ୍ଟ ହୋଇଥିବା ଧାନ ବିଲ ଗୁଡିକରେ ସରକାରୀ ଅଧିକାରୀ କୌଣସି ତଦନ୍ତ କରୁନଥିବା ଅଭିଯୋଗ ଏବଂ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବିରେ ନାରାବାଜି କରିଥିଲେ । ପ୍ରତିଶ୍ରୁତି ପାଇବା ପରେ ଚାଷୀମାନେ ନାରାବାଜିରୁ ହଟିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now