ଢେଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ କୂଳରେ ମଧୁର ଜଳରେ ବସବାସ କରୁଥିବା କଇଁଛ ମାନଙ୍କର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ଛି ବନବିଭାଗ। ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ରାଙ୍କିଆ ଗାଁରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରେଞ୍ଜର ରାକେଶ କୁମାର ଦଳେଇଙ୍କ ନେତୃତ୍ୱରେ ଢେଙ୍କାନାଳ ଡିଏଫଓ ସୁମିତ କର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଇଁଛର ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ। ବ୍ରାହ୍ମଣୀ ନଦୀ କୂଳରେ କାବେରୀ, ମୟୁରଚୁଳିଆ,ଅମୁହାଁ, କାମୁଡା ଓ କୁଶଙ୍ଗା ଭଳି ଛଅ ପ୍ରକାରର କଇଁଛ ବସବାସ କରୁଛନ୍ତି। ଯେଉଁମାନେ ନଭେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ରହି ଅଣ୍ଡା ଦେଇ ସେମାନଙ୍କର ବଂଶବୃଦ୍ଧି କରିଥାନ୍ତି। ସେମାନଙ୍କର ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ଅଧିକ ସଂଖ୍ୟକ କର୍ମଚାରୀ ଏବଂ ଉଚିତ ବାତାବରଣ ତିଆରି କରାଯାଇଛି। ରାଙ୍କିଆରୁ ବୁଢ଼ୀବିଲି ପର୍ଯ୍ୟନ୍ତ ପ୍ରାୟ ୬ଟି ଗାଁକୁ କଇଁଛ ସୁରକ୍ଷା ପାଇଁ ସଚେତନତା ସହ ପଦକ୍ଷେପ ଗ୍ରହଣ କରାଯାଇଛି। ବଣସିଂହ, ଶଙ୍କରପୁର, ରାଧାଦେଇପୁର, ରାଙ୍କିଆ ଆଦି ଗାଁ ଗୁଡିକରେ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ କଇଁଛ ଗୁଡିକର ସୁରକ୍ଷା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିରାଳ ଫରେଷ୍ଟର କବିତା ବିଶ୍ୱାଳଙ୍କ ସମେତ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦଙ୍କ ସହିତ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now