ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା । ଯୁକ୍ତ ୨ ବିଜ୍ଞାନ ଛାତ୍ରଛାତ୍ରୀମାନେ ଆଜି ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଇଛନ୍ତି । କେନ୍ଦୁଝର ଧରଣୀଧର ବିଶ୍ଵ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ପରୀକ୍ଷାରେ ୫ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଧରଣୀଧର ଯୁକ୍ତ ୨ ବିଦ୍ୟାଳୟ ସହିତ ଅନ୍ୟ ୩ଟି ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଠାରେ ପରୀକ୍ଷା ଦେଉଛନ୍ତି । ପଥମ ପରୀକ୍ଷା ଥିବାରୁ କିଛି ମାତ୍ରାରେ ନର୍ଭସ୍ ଅନୁଭବ କରୁଥିବା କହିଛନ୍ତି ପରୀକ୍ଷାର୍ଥୀ । ଖରାକୁ ଦେଖି ପରୀକ୍ଷାର୍ଥୀଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟଜଳର ବନ୍ଦୋବସ୍ତ କରାଯାଇଛି । ପ୍ରତି ୧ ଘଣ୍ଟାରେ ଇଣ୍ଟରନାଲ୍ ସ୍କ୍ୱାର୍ଡ ଚେକିଂ କରିବା ସହ, ପରୀକ୍ଷାରେ ସ୍ଵତନ୍ତ୍ର ସ୍କ୍ୱାର୍ଡ ଚେକିଂର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଧରଣୀଧର ଯୁକ୍ତ ୨ ବିଦ୍ୟାଳୟର ଅଧ୍ୟକ୍ଷ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now