ରାଜ୍ୟ

ସିବିଆଇ ରେଡ୍

ନୂଆଦିଲ୍ଲୀ: ଶିଶୁ ଯୌନ ଅଶ୍ଳୀଳତା ଭିଡିଓ ମାମଲାରେ ସିବିଆଇ ଏକ ବଡ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଶନିବାର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଟିମ ପକ୍ଷରୁ ଚଢ଼ାଉ କରାଯାଇଛି। ସିବିଆଇର ଏହି କାର୍ଯ୍ୟକୁ ଅପରେସନ ମେଘଦୂତ ବୋଲି କୁହାଯାଉଛି। ସିବିଆଇ ଅନୁଯାୟୀ ଏହିପରି ଅନେକ ଗ୍ୟାଙ୍ଗକୁ ଚିହ୍ନଟ କରାଯାଇଛି ଯାହା କେବଳ ଶିଶୁ ଯୌନ ଅଶ୍ଳୀଳତା ଭିଡିଓ ସହ ଜଡିତ ସାମଗ୍ରୀ ଏବଂ ପିଲାମାନଙ୍କୁ ଶାରୀରିକ ଭାବେ ବ୍ଲାକମେଲ କରି ସେମାନଙ୍କୁ ବ୍ୟବହାର କରାଯାଇଥାଏ। ଏହି ଗ୍ୟାଙ୍ଗଗୁଡିକ ଉଭୟ ଗୋଷ୍ଠୀ ଗଠନ କରି ଏବଂ ବ୍ୟକ୍ତିଗତ ଭାବେ କାର୍ଯ୍ୟ କରିଥାନ୍ତି ବୋଲି କୁହାଯାଉଛି। ସିବିଆଇର ଇଣ୍ଟରପୋଲ ଜରିଆରେ ସିଙ୍ଗାପୁରରୁ ଏହି ମାମଲାର ସୂଚନା ମିଳିଥିଲା।

Related Articles

Leave a Reply

Your email address will not be published.

Back to top button