ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ନେତାଜୀ ସୁବାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀରେ ବାଲୁକା କଳାରେ ଶୁଭେଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଜାନୁଆରୀ ୨୩ ତାରିଖକୁ ଦେଶରେ ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ରୂପରେ ପାଳନ କରାଯାଉଛି। ଏହି ଅବସରରେ ୫ ଫୁଟ୍ ଉଚ୍ଚ ଓ ୮ ଫୁଟ୍ ଲମ୍ବ ଏକ ରଙ୍ଗୀନ ବାଲୁକା କଳା ରେ ସେ ଘୋଡାରେ ବସିଥିବା ନେତାଜୀଙ୍କ ଏକ ନିଖୁଣ ବାଲୁକା ଚିତ୍ର ପ୍ରସ୍ତୁତ କରିଛନ୍ତି । ଏଥିସହିତ ସାଲ୍ଲ୍ୟୁଟ ନେତାଜୀ ଓ ଜୟ ହିନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି । ସେହିଭଳି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୬ ତମ ଜୟନ୍ତୀରେ ସେ ଶୁଭେଛା ଜଣାଇବା ସହ ବାଲୁକା ଚିତ୍ର ପ୍ରସ୍ତୁତ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *