ସେନାକୁ ସଲାମ୍

 ୭୭ତମ ଭାରତୀୟ ସେନା ଦିବସ। ମାତୃଭୂମିର ସୁରକ୍ଷା ଓ ବିପତ୍ତି ସମୟରେ ଭାରତୀୟ ସେନାର ଅକୁଣ୍ଠ ସେବା ଓ ସାହସିକତାକୁ ପୁରା ଦେଶ ପ୍ରଣାମ ଜଣାଉଛି। ଭାରତୀୟ ସେନାର ଗୌରବଶାଳୀ ଇତିହାସକୁ ମନେ ପକାଇଛନ୍ତି ସଭିଏଁ। ମହାମହିମ ରାଷ୍ଟ୍ରପତି ସେନା ଦିବସରେ ଶୁଭେଛା ଜ୍ଞାପନ କରିଛନ୍ତି। ଜାତୀୟ ନିରାପତ୍ତାରେ ସେନାର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ସେନାର ସାହସ ଓ ସମର୍ପଣକୁ ସଲାମ କରି ସଶସ୍ତ୍ର ବଳ ଓ ସେମାନଙ୍କ ପରିବାରର କଲ୍ୟାଣ ଲାଗି ସରକାର ପ୍ରତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଏହି ଅବସରରେ ମହାରାଷ୍ଟ୍ରର ନାଭାଲ ଡକୟାର୍ଡରେ ତିନୋଟି ଆଡଭାନ୍ସ ନାଭାଲ୍ କମ୍ୱାଟାଣ୍ଟ ଆଇଏନଏସ ସୁରାଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀରକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ। ସେନା ଅଧିକ ସକ୍ଷମ ହେଉ ଓ ଆଧୁନିକ ହେଉ ବୋଲି ଆଶା କରିଛନ୍ତିଜଳ,ସ୍ଥଳ,ଆକାଶ, ଗଭୀର ସମୁଦ୍ର ହେଉ ଅବା ଅନ୍ତରୀକ୍ଷରେ। ସବୁଠି ଭାରତର ସ୍ୱାର୍ଥର ସୁରକ୍ଷା ଲାଗି ସେନା ସମର୍ଥ।

(ଭିଓ୨) ପ୍ରତିବର୍ଷ ଜାନୁଆରୀ ୧୫ରେ ସେନା ଦିବସ ପାଳିବ ପଛରେ ଐତିହାସିକ କାରଣ ରହିଛି। ୧୯୪୯ର ଆଜିର ଦିନରେ ଭାରତର ଅନ୍ତିମ ବ୍ରିଟିଶ୍ କମାଣ୍ଡର- ଇନ- ଚିଫ୍ ଜେନେରାଲ ଫ୍ରାନ୍ସିସ ବୁଚରଙ୍କ ଜାଗାରେ ଲେଫ୍ଟନାଣ୍ଟ ଜେନେରାଲ ଏମ କରିୟପ୍ପା ଭାରତୀୟ ସେନାର କମାଣ୍ଡର- ଇନ- ଚିଫ୍ ହୋଇଥିଲେ। ଏହା ପରେ କରିୟପ୍ପାଙ୍କୁ ଫିଲ୍ଡ ମାର୍ସାଲର ମାନ୍ୟତା ଦିଆଯାଇଥିଲା। ସେଥିଲାଗି ସାହସ ଓ ବଳିଦାନର ପ୍ରତୀକ ଭାବେ ଜାନୁଆରୀ ୧୫କୁ ବିବେଚନା କରାଯାଉଛି। ସେନାର ଭୂମିକା କେବଳ ଯୁଦ୍ଧ ମୈଦାନରେ ନୁହେଁ, ବରଂ ପ୍ରାକୃତିକ ବିପତ୍ତିରେ ମାନବ ସେବାରେ ସେନାର ଭୂମିକା ଅଦ୍ୱିତୀୟ ଅଟେ।

ଅଭିନେତା ବରୁଣ ଧଓ୍ୱନ ଜଓ୍ୱାନଙ୍କ ସହ ସେନା ଦିବସ ପାଳିଛନ୍ତି। ଯେହେତୁ ବରୁଣ ଅପକମିଂ ଫିଲ୍ମ ବୋର୍ଡର-ଟୁ ରୋଲ୍ ଲାଗି ପ୍ରସ୍ତୁତ ହେଉଛନ୍ତି। ସେଥିଲାଗି ରିଅଲ ହିରୋଙ୍କ ସହ ଫଟୋ ସେୟାର କରିଛନ୍ତି। ସେହିଭଳି ବଲିଉଡ୍ ଆକ୍ଟର ସନ୍ନି ଦେଓଲ ବି ସେନା ଦିବସରେ ସେନାର ସାହସିକତା, ତ୍ୟାଗ ଓ ସମର୍ପଣ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ସେନା ଦିବସରେ ଜଓ୍ୱାନଙ୍କ ସହ ସମୟ ବିତାଇଛନ୍ତି। ମେଁ ହୁ ନା, ସେରଶାହା, ଘାଜି ଆଟାକ୍, ସୌର୍ଯ୍ୟ, ଲକ୍ଷ୍ୟ, ବୋର୍ଡର, ଉରି ଆଦି ଫିଲ୍ମରେ ଦେଶ ସେବାରେ ସେନାର ସମର୍ପଣ, ବଳିଦାନକୁ ଦର୍ଶାଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *