ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

Spread the love

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ । ସମ୍ୱଲପୁର ସଦର ରେଞ୍ଜ ବସିଆପଡା ଗାଁର ଘଟଣା।  ଦନ୍ତାହାତୀ ପଶିଆସି ଘର ଭାଙ୍ଗିବା ସମୟରେ ବିଦ୍ୟୁତ ବଲର ତାର ସଂସ୍ପର୍ଶରେ ଆସିଥିଲା। ଫଳରେ  କରେଣ୍ଟ ଲାଗିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନେକ ଦିନ ହେବ ଦନ୍ତାହାତୀଟି ଅଂଚଳରେ ଆତଙ୍କ ଖେଲାଇ ଘର ଦ୍ଵାର ଭାଙ୍ଗିବା ସହ ଧାନ ଫସଳ ନଷ୍ଟ କରୁଥିଲା । ଏନେଇ ଖବର ପାଇବା ପରେ ସଦର ରେଞ୍ଜ ଅଧିକାରୀ ପହଞ୍ଚିଛନ୍ତି। କେମିତି ଓ କେଉଁ ପରିସ୍ଥିତିରେ ହାତୀଟିର ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

Leave a Reply

Your email address will not be published. Required fields are marked *