ଆଜି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ

ଆଜି ବ୍ରହ୍ମପୁର-ଟାଟାନଗର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ । ଏହି ଟ୍ରେନର ଶୁଭାରମ୍ଭ  ବ୍ରହ୍ମପୁର ରେଲୱେ ଷ୍ଟେସନ ଠାରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭରଚୁଆଲ ମାଧ୍ୟମରେ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବା ସହିତ ସାଂସଦ, ବିଧାୟକମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଚାରି ନମ୍ବର ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିବା ସହିତ ନିଜର ଅଭିଭାଷଣ ରଖିବେ। ଏହାପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଭରଚୁଆଲ ମାଧ୍ୟମରେ ନିଜର ଅଭିଭାଷଣ ରଖିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସଭାକାର୍ଯ୍ୟ ଶେଷହେବା ପରେ ମୁଖ୍ୟମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍‌ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ପାଇଁ ସବୁଠି ଖୁସିର ମାହୋଲ ଖେଳିଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *