ରାଜ୍ୟ

ପୁରୀରୁ ହାୱଡା ଅଭିମୁଖେ ଗତିକଲା ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନ ମନ୍ତ୍ରୀ ମୋଦି କଲେ ଶୁଭାରମ୍ଭ

ଆଜିଠୁ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରିରୁ ହାୱଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଭିଡିଓ କନ୍ଫ୍ରେ୍ନ୍ସିଂ ଦ୍ୱାରା ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ଭିଡିଓ କନ୍ଫ୍ରେ୍ନ୍ସିଂରେ ଉପସ୍ଥିତ ଥିଲେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ପୁରୀ ବିଧାୟକ ଓ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ତେବେ ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ସପ୍ତାହକୁ ଚାରିଦିନ ଚଳାଚଳ କରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁରୀ-ହାୱାଡା ‘ବନ୍ଦେ ଭାରତ ଏକ୍ସପ୍ରେସ’ ଉଦଘାଟନ ସମେତ ପ୍ରାୟ ୮ହଜାର କୋଟି ଟଙ୍କାରୁ ଅଧିକ ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ମଧ୍ୟ କରିଛନ୍ତି ।

ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଓଡ଼ିଶା ପକ୍ଷରୁ ଦାବି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଦାବି ଦୋହରାଇ ଆଗାମୀ ୩/୪ ବର୍ଷ ଭିତରେ ଏୟାରପୋର୍ଟ କାମ ସରିବା ଆଶା କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ପୁରୀ ଆସି ଲୋକାର୍ପଣ କରିବେ କହିଲେ ନବୀନ । ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କଲେ ମୁଖ୍ୟମନ୍ତ୍ରୀ । । ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ନେଇ ଦାବିରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ଖୁବ ଶୀଘ୍ର ବୁଲେଟ୍ ଟ୍ରେନ୍ ସ୍ୱପ୍ନ ସାକାର ନେଇ ଆଶା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related Articles

Leave a Reply

Your email address will not be published.

Back to top button