ରାଜ୍ୟ

ମଧ୍ୟ ରାତ୍ରରେ ସଂଜୟ ରାଉତ ଗିରଫ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରି ଶିବସେନା ଏମପି ସଞ୍ଜୟ ରାଉତଙ୍କୁ ଗିରଫ କରିଛି। ଇଡି ପାତ୍ର ଚାୱଲା ଦୁର୍ନୀତି ମାମଲାରେ ଚଢାଉ କରି ସଞ୍ଜୟ ରାଉତଙ୍କ ଘରୁ ୧୧ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରିଥିଲା। ପରେ ସଞ୍ଜୟଙ୍କୁ ନେଇ ପାଖାପାଖି ୯ ଘଣ୍ଟାଜେରା କରିବା ପରେ ରବିବାର ମଧ୍ୟ ରାତ୍ରିରେ ଇଡି ତାଙ୍କୁ ଗରିଫ କରିଛି । ତେବେ ଗିରଫ ପୂର୍ବରୁ ସଞ୍ଜୟ କହିଛନ୍ତି ଇଡି ଡରାଇ ଧମକାଇ ଲୋକଙ୍କ ବିରୋଧରେ ମିଛ ମାମଲା କରାଉଛି। ଏହା ଶିବସେନାକୁ ଦୁର୍ବଳ କରିବା ପାଇଁ ଏକ ଷଡଯନ୍ତ୍ର । ଯାହା ହୋଇଗଲେ ବି ସେ ଶିବସେନା  ଛାଡିବେ ନାହିଁ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ସଞ୍ଜୟ ରାଉତ। ରବିବାର ସକାଳ ସାଢେ ୭ ଟା ରୁ ଶିବସେନା ସାଂସଦଙ୍କ ଘରେ ଚଢାଇ କରିଥିଲା ଇଡି । ସଞ୍ଜୟ ରାଉତ୍ ସକାଳେ ଟ୍ବିଟ୍ କରି ଲେଖିଥିଲେ ତାଙ୍କତ କୌଣସି ଦୁର୍ନୀତି ସହ ନେଣ ଦେଣ ନାହିଁ । ରାଜନୈତିକ ଆକ୍ରୋଶ ରଖି ଏପରି କରାଯାଇଛି । ରାଜନୀତି କ୍ଷେତ୍ରରେ ଶିବସେନାକୁ ଦୁର୍ବଳ କରିବା ପାଇଁ ଇଡିର ସହାୟତାରେ ରେଡ କରାଯାଉଛି । ମିଛ ଦସ୍ତାବିଜ ମିଛ ମାମଲା ବଳରେ ଇଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିବା ସେ ଅଭିଯୋଗ କରିଛନ୍ତି।

ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button