ଭାଇରାଲ୍ରାଜ୍ୟ

ଗାଁ ଭିତରକୁ ଜୋତା ଚପଲ ମନା…

ମଠ ମନ୍ଦିର ରେ ଜୋତା ଚପଲ ପ୍ରବେଶ ମନା । ଏହା ସମସ୍ତେ ଜାଣନ୍ତି । କେତେକ ସ୍ଥାନରେ ଜନସାଧାରଣଙ୍କ ସୁଚନା ପାଇଁ ଜୋତା ଚପଲ ଖୋଲି ଭିତରକୁ ଯିବା ପାଇଁ ବିଭିନ୍ନ ଭାଷାରେ ଲେଖା ହୋଇଛି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଦେଶରେ ଏମିତି ଏକ ଗାଁ ଅଛି ଯାହା ଭିତରକୁ ଜୋତା ଚପଲ ସମ୍ପୁର୍ଣ ମନା ।ସାବଧାନ୍ ଭୁଲରେ ବି ଜୋତା କି ଚପଲ ପିନ୍ଧି ଗାଁ ଭିତରକୁ ପଶିଯାଇଛନ୍ତି କି । ମିଳିବ ଦଣ୍ଡ । ଗାଁ ର ପ୍ରବେଶ ପଥରୁ ଗାଁ ଭିତରକୁ ଜୋଡା ଚପଲ ସମ୍ପୁର୍ଣ ମନା । ଗାଁ କୁ ମନ୍ଦିର ବୋଲି ମାନନ୍ତି । ଚେନ୍ନାଇ ଠାରୁ 4 ଶହ 50 କିଲୋମିଟର ଦୁରରେ ତାମିଲନାଡୁ ର ଅଣ୍ଡମନ । ଘରେ କେହି ଚପଲ ପିନ୍ଧନ୍ତି ନାହିଁ ଲକ୍ଷ୍ମୀ ଘରେ ବିଶ୍ବସା ରହିଛି । ଏହି ଗାଁ ରେ 130 ପରିବାର ରୁହନ୍ତି । ସେମାନଙ୍କ ମଧ୍ୟ୍ୟରୁ ଅଧିକାଂଶ କୃଷକ ।

ପୁରା ଗାଁ ଗ୍ରାମବାସୀ ଙ୍କ ପାଇଁ ଭଗବାନ ଗାଁ ଭିତରକୁ ପ୍ରବେଶ କଲା ସମୟରେ ଜୋତା ଚପଲ ଓହ୍ଲାଇ ପ୍ରବେଶ କରନ୍ତି । ବାହାର ଲୋକ ମାନଙ୍କୁ ମଧ୍ୟ୍ୟ ଏହି ଶିକ୍ଷା ଦିଅନ୍ତି ଗ୍ରାମବାସୀ। ଧୁ ଧୁ ଖରାରେ ମଧ୍ୟ୍ୟ ଖାଲି ପାଦରେ ଯିବେ । ଭୁଲରେ ବି ଚପଲ ପିନ୍ଧିଲେ ଭଗବାନ ରାଗିବେ ବୋଲି ଧାରଣା ରହିଛି । ଗାଁ ଲୋକ ଧାରଣା ଅଛି ଯଦି ଜୋତା କି ଚପଲ ପିନ୍ଧି କେହି ଯାଆନ୍ତି ତାହେଲେ ଭଗବାନ ସଜ୍ଜା ଦେବ, ଜ୍ଜର ହେବ କି କୌଣସି ପ୍ରକାର ବଡ ରୋଗ ର ଶିକାର ହେବେ ଆରୋଗ୍ୟ ଲାଭ କରିବେ ନାହିଁ ।କେବଳ ବୟସ୍କ ବ୍ୟକ୍ତି ମାନେ ପ୍ରବଳ ଖରା ସମୟରେ ଜୋତା ପିନ୍ଧି ଯିବା ପାଇଁ ଅନୁମତି ଅଛି । ଏହି ନିୟମ ସମସ୍ତ ଙ୍କ ପାଇଁ ବାଧ୍ୟ୍ୟତାମୁଳକ । ଅଜବ ଦେଶର ଗଜବ କାହାଣୀ କଥା ସମସ୍ତେ ଅଳ୍ପ ବହୁତ ଜାଣିଛେ କିନ୍ତୁ ଆମ ଦେଶରେ ବି ଏମିତି ଗାଁ ଅଛି ଯିଏ ଏମିତି କଡା ଆଇନ କାନୁନ୍ ପାଳନ କରୁଛି l

  • ସ୍ମରିଜିତ ଆର୍ଯ୍ୟ ଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button