ଭୁବନେଶ୍ୱର: ଦୂର ହେବ କ୍ୟାନସର ରୋଗୀଙ୍କ ଦୀର୍ଘଦିନର ଚିନ୍ତା। ଆସନ୍ତା କାଲି ଠାରୁ ରାଜଧାନିବାସୀଙ୍କୁ ମିଳିବ ନୂଆ ତଥା ଅତ୍ୟାଧୁନିକ ଚିକିତ୍ସା ସୁବିଧା। ପୁରୁଣା ଭୁବନେଶ୍ୱର ସ୍ଥିତ ବିଏମସି ହସ୍ପିଟାଲରେ ଉପଲବ୍ଧ ହେବ କ୍ୟାନସର ଚିକିତ୍ସା। ସପ୍ତାହରେ ଗୋଟିଏ ଦିନ ମଙ୍ଗଳବାର ଖୋଲିବ କ୍ୟାନସର OPD। HCG ପଣ୍ଡା କ୍ୟାନସର ହସ୍ପିଟାଲ ସହ ବିଏମସିର MOU ସ୍ବାକ୍ଷର ହୋଇଛି। ହାତ ପାଆନ୍ତାରେ କର୍କଟ ରୋଗର ଚିକିତ୍ସା ଓ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ମିଳିବ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ। ପ୍ରକଳ୍ପକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ପ୍ରକଳ୍ପର ହୋଇଥିଲା ଉଦ୍ଘାଟନ।
Naxatra News is now on Whatsapp
Join and get latest news update delivered to you via whatsapp
Join Now