ଆପଣଙ୍କୁ ବାରମ୍ୱାର ପରିସ୍ରା ଲାଗୁଛି କି। ଦିନକୁ ୮ ରୁ ୯ ଥର ଆପଣ ପରିସ୍ରା କରୁଛନ୍ତି କି। ତେବେ ହୋଇଯାନ୍ତୁ ସତର୍କ ଏହା କର୍କଟ ରୋଗକୁ ସୂଚିତ କରୁଛି। ତେବେ ଏଭଳି ସ୍ଥିତି ଆସିଥିଲେ ଆପଣ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ କରନ୍ତୁ ପରାମର୍ଶ। କୌଣସି ପ୍ରକାରର କର୍କଟ ରୋଗର ଲକ୍ଷଣ ବ୍ୟକ୍ତିଠାରେ ଭିନ୍ନ ଭିନ୍ନ ରୂପରେ ଦେଖା ଯାଇଥାଏ। କିନ୍ତୁ ଏହାର ସାଧାରଣ ଲକ୍ଷଣ ହେଉଛି ଖୁବ୍ ଶୀଘ୍ର ଓଜନର ହ୍ରାସ ଘଟିବା ଏବଂ ଫୁଲିଯିବା ଏପରି ଅନେକ ଲକ୍ଷଣ ଦେଖାଯାଇଥାଏ। ଆଜି ଆମେ ଆପଣଙ୍କୁ ପ୍ରୋଷ୍ଟେଟ କର୍କଟ ବିଷୟରେ କହିବାକୁ ଯାଉଛୁ, ଆସନ୍ତୁ ଜାଣିବା ଏହାର କାରଣ, ଲକ୍ଷଣ ଏବଂ ଏହାର ପ୍ରତିରୋଧ ପ୍ରଣାଳୀ। କ୍ୟାନ୍ସର ହେଉଛି ଶରୀର ପାଇଁ ବିପଦ ଜନକ ରୋଗ ହୋଇଥାଏ। ଏହି ରୋଗ ଏତେ ବିପଦ ଜନକ ହୋଇଥାଏ କି, ଆରମ୍ଭରରୁ ଏହାର କୌଣସି ଲକ୍ଷଣ ଦେଖାଯାଏ ନାହିଁ।
ଯେତେବେଳେ ଏହି ରୋଗ ଆଗକୁ ବଢିବାରେ ଲାଗିଥାଏ ଏହାର କିଛି ଲକ୍ଷଣ ଦେଖାଇବା ଆରମ୍ଭ କରେ। ବାରମ୍ୱାର ପରିଶ୍ରା ଲାଗିବା କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ସମସ୍ତ ପୁରୁଷଙ୍କ ଠାରେ ପ୍ରୋଷ୍ଟେଟ କ୍ୟାନ୍ସର ହବାର ଆଶଙ୍କା ରହିଥାଏ। ତେବେ ପ୍ରୋଷ୍ଟେଟ କ୍ୟାନ୍ସରର ସବୁଠାରୁ ସାଧାରାଣ କାରଣ ବୟସ ହୋଇଥାଏ। ପୁରୁଷମାନଙ୍କ ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ପ୍ରୋଷ୍ଟେଟ କ୍ୟାନ୍ସର ହେବାର ମଧ୍ୟ ଆଶଙ୍କା ବଢିଯାଇଥାଏ। ପ୍ରୋଷ୍ଟେଟ କ୍ୟାନ୍ସରର ଏକ ବଂଶ ଗତ ରୋଗ ମଧ୍ୟ ହୋଇଥାଏ।
ପ୍ରୋଷ୍ଟେଟ କ୍ୟାନ୍ସର ଲକ୍ଷଣ – ପ୍ରୋଷ୍ଟେଟ କ୍ୟାନ୍ସରର ଲକ୍ଷଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କଠାରେ ଭିନ୍ନ ଭିନ୍ନ ଲକ୍ଷଣ ନଜର ଆସିଥାଏ। ଏବଂ କିଛି ଲୋକଙ୍କ ଠାରେ ଏହାର ଲକ୍ଷଣ ମଧ୍ୟ ଦେଖା ଯାଇନଥାଏ। ଯି ଏହି କ୍ୟାନ୍ସରର କିଛି ବି ଲକ୍ଷଣ ଆପଣ ଦେଖିବାକୁ ପାଉଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ ନିଶ୍ଚିତ କରନ୍ତୁ। ଯଦି ଆପଣଙ୍କୁ ପରିସ୍ରା କରିବାରେ କିଛି ଅସୁବିଧା ହେଉଥିବା ବା ଦିନକୁ ବାରମ୍ୱାର ପରିସ୍ରା ଲାଗିବା, ୟୁରୁନରେ ବ୍ଲଡ ପଡୁଥିବା ଏପରି ଅନେକ ଲକ୍ଷଣ ଏହି ରୋଗକୁ ସୂଚାଇଥାଏ।
- ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now