ବିଶ୍ୱସ୍ୱାସ୍ଥ୍ୟ

ନୂଆ ଭୂତାଣୁ ଚିହ୍ନଟ: ନବଜାତକଙ୍କୁ କରୁଛି ସାଂଘାତିକ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ  ବିଶେଷଜ୍ଞଙ୍କ ପକ୍ଷରୁ ନୂତନ ଏକ ଭୂତାଣୁକୁ ନେଇ ସତର୍କ କରାଯାଇଛି। ବିଶେଷଜ୍ଞଙ୍କ ଅନୁଯାୟୀ, ତିନିମାସ ବା ତାଠାରୁ କମ ବୟସର ଶିଶୁଙ୍କଠାରେ ଏହି ଭୂତାଣୁ ସଂକ୍ରମଣ ଦ୍ବାରା ଶିଶୁମାନେ ସଂଘାତିକ ହେଉଛନ୍ତି। ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଓ ପ୍ରିଭେନ୍ସନ  ସଂସ୍ଥା ପକ୍ଷରୁ ଏନେଇ ସମସ୍ତ ଡାକ୍ତର ଓ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି କି, ଗତ ମେ ମାସରୁ ନବଜାତ ଶିଶୁଙ୍କଠାରେ ପାରେଚୋ ଭାଇରସ ଚିହ୍ନଟ ହୋଇଛି।

ତେବେ ଏହି ସତର୍କ ନାମାରେ କୁହାଯାଇ ନାହିଁ କେଉଁ ରାଜ୍ୟର ଶିଶୁ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି ଓ କେତେ ସଂଖ୍ୟାରେ। ତେବେ ନିର୍ଦ୍ଦେଶନାମାରେ କୁହାଯାଇଛି କି, ପାରେଚୋ ଭୂତାଣୁର ଚିକିତ୍ସା ପାଇଁ କୌଣସି ସିଷ୍ଟମେଟିକ ସଭେଲାନ୍ସର ସୁବିଧା ନାହିଁ ଓ ପୂର୍ବ ଠାରୁ ଏହାର ମାତ୍ରା କେତେ ବୃଦ୍ଧି ହୋଇଛି ତାହା ମଧ୍ୟ ଜଣାପଡିନଥିବା ବେଳେ କିନ୍ତୁ ଚଳିତ ବର୍ଷ ଏହି ଭୂତାଣୁ ସଂକ୍ରମଣ ସଂଖ୍ୟା ବୃଦ୍ଧିପାଇଛି।

ସଂସ୍ଥା ପକ୍ଷରୁ ଆହୁରି କୁହାଯାଇଛି କି, ପ୍ରତି ପଜିଟିଭ ମାମଲାରେ ପିଇଭି-ଏ୩ ଚିହ୍ନଟ ହୋଇଛି। ଏହା ହେଉଛି ପାରେଚୋ ଭାଇରସର ଏକ ପ୍ରଜାତି, ଯାହା ସଂକ୍ରମିତଙ୍କ ଅବସ୍ଥା ସାଂଘାତିକ କରିଥାଏ। ଏହି ଭୂତାଣୁ ଶିଶୁଙ୍କଠାରେ ମିଳୁଥିବା ଏକ ସାଧାରଣ ଜୀବାଣୁ, ଗ୍ରୀଷ୍ମରେ ଦେଖିବାକୁ ମିଳିଥାଏ ଓ ଛିଙ୍କ, କାଶ, ଲାଳ ଓ ମୁହଁରୁ ଜୀବାଣୁ ପ୍ରବାହିତ ହୋଇଥାଏ। ତେବେ ୬ ମାସରୁ ଅଧିକ ବର୍ଷର ଶିଶୁଙ୍କୁ ନବଜାତଙ୍କଠାରୁ କମ ପ୍ରଭାବିତ କରିଥାଏ। ଏହାର ଲକ୍ଷଣ ଭାବେ ଶିଶୁଙ୍କ ଦେହରେ ଫଳିଯିବା, ଶ୍ବାସନଳୀର ଉପର ଭାଗ ସଂକ୍ରମଣ ଓ ଜ୍ବର ଆଦି ଦେଖିବାକୁ ମିଳିଥାଏ।

ପାରେଚୋଭୂତାଣୁ ଦ୍ବାରା ସାଙ୍ଘାତିକ ସଂକ୍ରମିତ ଶିଶୁଙ୍କ ସ୍ପାଇନାଲ ଫ୍ଲୁଇଡ ସଂଗ୍ରହ କରି ପରୀକ୍ଷା କରିବାରୁ ଏହା ଦ୍ବାରା ସଂକ୍ରମିତଙ୍କ ରକ୍ତରେ ଶ୍ବେତ ରକ୍ତ କୋଷ କମିଯାଉଥିବା ବା ସମ୍ପୂର୍ଣ୍ଣ ଅଦୃଶ୍ୟ ହେଇଥିବା ଦେଖିବାକୁ ମିଳିଛି। ଏହି ଭୂତାଣୁର ଚିକିତ୍ସା ବର୍ତ୍ତମାନ ସମ୍ଭବ ହୋଇ ନାହିଁ।

Related Articles

Leave a Reply

Your email address will not be published.

Back to top button