ସାମୁହିକ ପ୍ରୟାସ ଦ୍ଵାରା ଆମେ ୨୦୩୦ ସୁଦ୍ଧା ଘାତକ ରୋଗ ହେପାଟାଇଟିସକୁ ଶେଷ କରିଦେବା- ଡା. ମାଣ୍ଡଭିୟ

Spread the love

ନୂଆଦିଲ୍ଲୀ : ଶୁକ୍ରବାର ବିଶ୍ଵ ହେପାଟାଇଟିସ୍ ଦିବସ ଅବସରରେ ସଂସଦ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଏହି ଅବସରରେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ଏଲ. ମାଣ୍ଡଭିୟ, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା, ଆଇଏଲବିଏସର ନିର୍ଦ୍ଦେଶକ ଡା. ସରିନଙ୍କ ସମେତ ଅନ୍ୟ କେତେକ ବିଶେଷଜ୍ଞ ଉପସ୍ଥିତ ଥିଲେ ।

ଏହି ଅବସରରେ ଡା. ମାଣ୍ଡଭିୟ କହିଥିଲେ ଯେ, ହେପାଟାଇଟସ୍ ରୋକାଯାଇପାରିବ ଏବଂ ଏହାର ଉପଚାର କରାଯାଇପାରିବ । ସାମୁହିକ ପ୍ରୟାସ ଦ୍ଵାରା ଆମେ ୨୦୩୦ ସୁଦ୍ଧା ଏହି ଘାତକ ରୋଗକୁ ଶେଷ କରିଦେବା । ଦେଶକୁ ହେପାଟାଇଟସ୍ ମୁକ୍ତ ଭାରତ ଭାବେ ଗଢି ତୋଳିବାକୁ ସେ ଆହ୍ଵାନ ଦେଇଥିଲେ ।

ସେ କହିଥିଲେ ଯେ, ଦେଶରେ ଲିଭର ସମ୍ବନ୍ଧିତ ରୋଗରେ ୪ରୁ ୫ କୋଟି ଲୋକ ପୀଡ଼ିତ ଅଛନ୍ତି । ସେମାନଙ୍କର ଚିକିତ୍ସା ପାଇଁ ୭୦୦ରୁ ଉର୍ଦ୍ଧ୍ଵ ହସ୍ପିଟାଲରେ ସୁବିଧା ଉପଲବ୍ଧ ରହିଛି । ତେବେ ଲିଭର ରୋଗ ବାବଦରେ ଏବଂ ସ୍ଵାସ୍ଥ୍ୟ ସମ୍ବନ୍ଧରେ ଲୋକେ ସଚେତନ ହେବା ଅତ୍ୟନ୍ତ ଜରୁରୀ ।

Leave a Reply

Your email address will not be published. Required fields are marked *