ନୂଆଦିଲ୍ଲୀ: ନିର୍ଭୟା କାଣ୍ଡ ପରେ ଏବେ ପୁଣି ଏକ ଲୋମହର୍ଷଣକାରୀ ଦୁଷ୍କର୍ମ ପୀଡିତା ନାବାଳିକାର ମୃତ୍ୟୁ। ଦୁଷ୍କର୍ମର ୧୨ ଦିନ ପରେ ୧୦ ବର୍ଷୀୟା ଝିଅଟି ଦିଲ୍ଲୀର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଛି। ମୃତକ ସହ ଏପରି ଜଘନ୍ୟ ଅପରାଧ ତାର ୩ ଜଣ ନାବାଳକ ସାଙ୍ଗ କରିଥିବା ଅଭିଯୋଗ ହୋଇଛି। ଘଟଣାର ତିନିଦିନ ପରେ ପରିବାର ଲୋକେ ଝିଅକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ।
ପୋଲିସ ସୂଚନା ଅନୁଯାୟୀ, ପୀଡିତା ନାବାଳିକାକୁ ତାର ତିନି ୩ ନାବାଳକ ସାଙ୍ଗ ଦୁଷ୍କର୍ମ କରିବା ସହ ଝିଅଟିର ପ୍ରାଇଭେଟ ପାର୍ଟରେ ରର୍ଡ ଭର୍ତ୍ତି କରିଥିବା ସୂଚନା ମିଳିଛି। ପୋଲିସ ୩ ନାବାଳକ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି।
ଏନେଇ ୨୨ ସେପ୍ଟେମ୍ୱର ଦିନ ୩ଟା ସମୟରେ ସିଲାମପୁର ପୋଲିସ ଷ୍ଟେସନକୁ ଡାକ୍ତରଖାନାରୁ ଖବର ଯାଇଥିଲା ଯେ, ତିନି ଦିନ ପୂର୍ବରୁ ବଳତ୍କାର ହୋଇଥିବା ୧୦ ବର୍ଷର ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଡାକ୍ତରଖାନରେ ପହଞ୍ଚି ଝିଅର ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ଅଭିଯୋଗ ଆଧାରରେ ପୋଲିସ ନାବାଳକ ଅଭିଯୁକ୍ତମାନଙ୍କୁ ଆଇପିସି ଧାରା ୩୭୭, ୩୪ ଏବଂ ପସ୍କୋ ଆକ୍ଟ ଆଧାରରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now