ଫିକା ପଡିଲା ଦଶହରା

ଭୁବନେଶ୍ୱର: ରାତିରୁ ଲାଗିଛି ଯେ, ଛାଡ଼ିବାର ନାଁ ଧରୁନି। ତୁହାକୁ ତୁହା ବର୍ଷା ପୁରା ପୂଜା ମାହୋଲକୁ ବିଗାଡ଼ିଦେଲା କହିଲେ ଚଳେ। ଏମିତିରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ଲାଗି ଭଲରେ ସପରିବାର ମେଢ଼ ବୁଲିପାରୁନଥିବା ଟ୍ୱିନ ସିଟି ବାସିନ୍ଦାଙ୍କୁ ଆଜି ଦିନ ତମାମ ପ୍ରବଳ ବର୍ଷା ଯେମିତି ବାହାରକୁ ବୁଲିବାରେ ପ୍ରତିବନ୍ଧକ ସାଜିଥିଲା। ତଥାପି ସକାଳୁ କିଛି ଭକ୍ତ ମାଆଙ୍କ ଦର୍ଶନ କରିବାକୁ ଯାଇଥିଲେ ବି ଫେରିଲାବେଳକୁ ଅକଳରେ ପଡ଼ିଯାଇଥିଲେ। କାରଣ ବୁଲିବେ କଅଣ। ପ୍ରବଳ ବର୍ଷା ଲାଗି କିଭଳି ଘରକୁ ଜଲଦି ଫେରିବେ, ସେ ଚିନ୍ତା ଘାରିଥିଲା। ଭୁବନେଶ୍ୱରରେ ତ ରାସ୍ତାରେ ପାଣି ଲହଡ଼ି ମାରୁଥିଲା ଯେମିତି। ପଟିଆରେ ତ ପ୍ରବଳ ବର୍ଷା ଲାଗି ତୋରଣ ଭାଙ୍ଗିଗଲା। ମେଢ଼ ଓ ପୂଜା ବଜାର ବୁଲିବାର ଆନନ୍ଦ ଉଲ୍ଲାସକୁ ଯେମିତି ଫିକା କରିଦେଇଥିଲା ଲଗାଣ ବର୍ଷା। ଆୟୋଜକ ଓ ବେପାରୀଙ୍କ ମନରେ ଥିବା ସରସତାକୁ ଯେମିତି ଛଡ଼ାଇନେଇଛି ଏହି ପାଗ।

ସେପଟେ କଟକରେ ଲଗାଣ ବର୍ଷା ଦାଉ ସାଧିଥିଲା। ଭୁବନେଶ୍ୱର ଭଳି କଟକରେ ବି ସମାନ ଅବସ୍ଥା। ପୂଜା ବଜାରକୁ ପାଣିଚିଆ କରିଦେଇଥିଲା ବର୍ଷା। ତଳି ଅଞ୍ଚଳରେ ପାଣି ପଶିଥିଲା। ଲୋକେ ପୂଜାର ଆନନ୍ଦ ନେବେ କଅଣ, ପାଲଟା ଜଳବନ୍ଦୀ ସମସ୍ୟାରେ ଅତିଷ୍ଠ ହୋଇପଡ଼ିଲେ।

ଲଗାଣ ବର୍ଷାରେ ବେହାଲ୍ ହୋଇଗଲା ଟ୍ୱିନ୍ ସିଟି। ପୂଜା ପାର୍ବଣର ମାହୋଲକୁ ବିଗାଡ଼ିଦେଲା କହିଲେ ଚଳେ। ତେବେ ଦଶହରା ଯାଏ ଛେଚିବ ବର୍ଷା। କହିବାକୁ ଗଲେ ଏଥର ଦଶହରାକୁ ପୁରା ଭିଜାଇଦେଲା ବର୍ଷା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *