ଭୁବନେଶ୍ୱର: ଆଜି ସୂର୍ଯ୍ୟୋପରାଗ। ଭାରତରେ ଆଂଶିକ ଦୃଶ୍ୟମାନ। ଓଡ଼ିଶାରେ ଅପରାହ୍ନ ୪ଟା ୫୫ରେ ପ୍ରଭାବ। ଭୋର ୪ଟା ୫୬ରୁ ପାକ ତ୍ୟାଗ, ଦେବନୀତି ନିଷେଧ ହେବ ସହ ସନ୍ଧ୍ୟା ୬ଟା ୨୬ରେ ସର୍ବମୋକ୍ଷ ହେବ। ସେପଟେ ମହାଜାଗତିକ ଘଟଣାକୁ ନେଇ ଉତ୍ସାହିତ ବୈଜ୍ଞାନିକ। ପରାଗ କୁ ନଜରରେ ରଖି ଗତକାଲି ରାତି ୧୨ଟା ୧୦ ମିନିଟରୁ ସିଂହଦ୍ୱାର ଫିଟାଯାଇ ମଙ୍ଗଳ ଆଳତୀ, ତଡପି ଲାଗି , ଅବକାଶ ନୀତି ସମ୍ପର୍ଣ୍ଣ ହୋଇ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥିଲା। ପରେ ସୂର୍ଯ୍ୟପୂଜା, ଗୋପାଳ ବଲ୍ଳଭ ପୂଜା ଅନୁଷ୍ଠିତ ହୋଇ ସକାଳ ଧୂପ ଓ ବାଳଧୁପ ନିତୀ ଶେଷ କରାଯାଇଥିଲା। ଏହାପରେ ଅମାବାସ୍ୟା ନାରାୟଣ ସାଗର ବିଜେ ନିତୀ କୁ ବାହାରିଥିବା ବେଳେ ଭୋର ୪ଟା ୩୮ ସୁଦ୍ଧା ଭୋଗ ମଣ୍ଡପ ପୂଜା ସମ୍ପନ୍ନ କରାଯାଇଥିଲା । ତେବେ ଭିତର କାଠ ନିକଟରେ ଦର୍ଶନ ଆରମ୍ଭ ହୋଇଥିଲା ଯାହାକି ଆଜି ଅପରାହ୍ନ 5ଟା ପର୍ଯ୍ୟନ୍ତ ଜାରି ରହିବ । ଅପରାହ୍ନ 4:56 ମିନିଟ ସମୟରେ ପରାଗ ସ୍ପର୍ଶ କରିବା ପରେ ଶ୍ରୀ ଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ପରାଗ ମହାସ୍ନାନ କରାଯାଇ ଅନ୍ୟାନ୍ୟ ଦୈନନ୍ଦିନ ନିତୀ ସମ୍ପର୍ଣ କରାଯିବ । 6:26 ମିନିଟ ପରେ ପରାଗ ମୋକ୍ଷ ହେବ ବୋଲି ଜଣାପଡିଛି

Naxatra News is now on Whatsapp
Join and get latest news update delivered to you via whatsapp
Join Now