ଲୁଟ୍ ବେଳେ ସ୍ୱାମୀଙ୍କୁ ହତ୍ୟା

କଟକ: କଟକ ନେମାଳ ଲେଣ୍ଡର ଭଗବାନପୁରରେ ସଶସ୍ତ୍ର ଡକାୟତି ଅଭିଯୋଗ। ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଦୁର୍ବୁତ୍ତମାନେ ଲୁଟପାଟ କରିଥିଲେ। ତେବେ ଲୁଟ ସମୟରେ ପ୍ରତିବାଦ କରିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ। ଦୁର୍ବୁତ୍ତଙ୍କ ଆକ୍ରମଣରେ ସ୍ୱାମୀ ହୃଷିକେଶ ମୁଦୁଲିଙ୍କ ମୃତ୍ୟୁ ଘଟିଥିବା ବେଳେ  ସ୍ତ୍ରୀ କନକଲତା ମୁଦୁଲି ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ କନକଲତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୁଟ ସମୟରେ ଘରେ ଉପସ୍ଥିତ ଥିବା ହୃଷିକେଶଙ୍କ ଦୁଇ ନାତିଙ୍କୁ ଅନ୍ୟ ଏକ ଘରେ ବନ୍ଦ କରିଥିଲେ ଦୁର୍ବୁତ୍ତ।  ଘଟଣା ସ୍ଥଳରେ ନେମାଳ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସେପଟେ ଦୁର୍ବୁତ୍ତ ମାନେ ଲକ୍ଷଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ 4 ଜଣ ଦୁର୍ବୁତ୍ତ ଏହି କାଣ୍ଡଭିଆଇ ଥିବା କହିଛନ୍ତି ପୁରା ଘଟଣାକୁ ନିଜ ଆଖିରେ ଦେଖି ଥିବା ହୃଷିକେଶଙ୍କ ନାତି ଓମକାର।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *