ଦେଶବାସୀଙ୍କୁ ମିଳିବ ଦେଶସେବାର ସୁଯୋଗ…ଆପଣ ବି ହୋଇପାରିବେ ଅଗ୍ନିବୀର

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାରେ ନିଯୁକ୍ତି ପାଇଁ କରିଛନ୍ତି ବଡ ଘୋଷଣା। ଦେଶର ଯୁବ ଗୋଷ୍ଠୀ ପାଇଁ ଆଣିଲେ ସୁବର୍ଣ୍ଣ ସୁଯୋଗ। ଦେଶର ଯୁବକଙ୍କୁ ମିଳିବ ଦେଶସେବାର ସୁଯୋଗ। ଆଜି ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି। ଏହି ସ୍କିମର ନାଁ ହେଉଛି ଅଗ୍ନିପଥ। ଏଥିରେ ଯେଉଁ ଯୁବକମାନେ ଯୋଗଦେବେ ସେମାନଙ୍କୁ କୁହାଯିବ ଅଗ୍ନିବୀର।
ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ସ୍କିମ। ସଶକ୍ତ ହେବ ଭାରତ। ସେନାରେ ସୁଯୋଗ ପାଇବେ ଯୁବିପିଢି। କୋଭିଡ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ସେନା ନିଯୁକ୍ତି ପ୍ରକ୍ରୀୟା ପୁଣିଥରେ ଆରମ୍ଭ ହୋଇଛି। ଏହି ଯୋଜନାରେ ନିଯୁକ୍ତ ସୈନ୍ୟଙ୍କୁ ଅଗ୍ନିବୀର ନାମରେ ତିନି ବାହୀନିରେ ଭର୍ତ୍ତି ହେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ସେନା ମୁଖ୍ୟଙ୍କ ଉପସ୍ଥିତିରେ ଅଗ୍ନିପଥ ସ୍କିମର ଘୋଷଣା କରିଛନ୍ତି। ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ସୁଯୋଗ ଦେବ ଅଗ୍ନିପଥ ସ୍କିମ୍।

https://twitter.com/rajnathsingh/status/1536649362381492227?s=20&t=G6MkVQ7A4Lm_S4LawROTsA

ଏଥିରେ ଯୁବତୀମାନେ ବି ସାମିଲ ହୋଇପାରିବେ। ସେନାରେ ସାମିଲ ହେବାକୁ ଇଚ୍ଛୁକ ଥିବା ଯୁବବର୍ଗ ଅଗ୍ନିପଥ ଯୋଜନା ମାଧ୍ୟରେ ଶର୍ଟ ଟର୍ମ ପାଇଁ ସେନାରେ ଭର୍ତ୍ତି ହୋଇପାରିବେ। ସେମାନେ ଦେଶର ସଶସ୍ତ୍ର ବାହିନୀକୁ ସୁଦୃଢ କରିବା ସହ ଦେଶବାସୀମାନଙ୍କୁ ସୁରକ୍ଷା ଯୋଗାଇଦେବେ। ସେନା ପୋଷାକ ପିନ୍ଧି ଦେଶ ସେବା କରିବାକୁ ଚାହୁଁଥିବା ଯୁବକବର୍ଗଙ୍କୁ ଏହି ଯୋଜନା ଏକ ଭଲ ସୁଯୋଗ ଦେବ। ଏହି ଯୋଜନାରେ ଯୁବକମାନେ ଚାରି ବର୍ଷ ପାଇଁ ସେନାରେ ସାମିଲ ହୋଇପାରିବେ ଓ ଦେଶର ସେବା କରିପାରିବେ। ଏହା ସହିତ, ସେମାନେ ଚାକିରି ଛାଡିବା ସମୟରେ ସେବା ପାଣ୍ଠିରୁ ପ୍ୟାକେଜ ପାଇବେ।

ଅଗ୍ନିପଥ ଯୋଜନାରେ ସାମିଲ ହୋଇଥିବା ଯୁବକମାନଙ୍କୁ ଅଗ୍ନିବୀର ବୋଲି କୁହାଯିବ। ଏହି ଯୋଜନାରେ ସାମିଲ ହେବାକୁ ଥିବା ଯୁବକମାନଙ୍କ ବୟସ ୧୭ ରୁ ୨୧ ବର୍ଷ ହୋଇଥିବା ଜରୁରୀ ଅଟେ। ଅଗ୍ନିବୀରଙ୍କୁ ୬ ମାସ ଧରି ଟ୍ରେନିଙ୍ଗ୍ ଦିଆଯିବ। ଏହାପରେ ଅଗ୍ନିବୀର ମାନଙ୍କୁ ସଶସ୍ତ୍ର ବାହିନୀରେ ସାମିଲ କରାଯିବ। ଯଦି ଦେଶର ସେବା ସମୟରେ କୌଣସି ଅଗ୍ନିବୀର ସହିଦ ହୋଇଯାନ୍ତି। ତେବେ ତାଙ୍କ ପରିବାରକୁ ସେବା ପାଣ୍ଠିରୁ ସୁଧ ସହିତ ୧ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସହୟତା ରାଶି ଯୋଗାଇ ଦିଆଯିବ। ଏହା ବ୍ୟତୀତ ଅବଶିଷ୍ଟ ଚାକିରିର ଦରମା ମଧ୍ୟ ଦିଆଯିବ। ଏଥି ସହିତ ଯଦି କୌଣସି ଅଗ୍ନିବୀର ଅକ୍ଷମ ହୋଇଯାନ୍ତି ତେବେ ତାଙ୍କୁ ୪୪ ଲକ୍ଷ ଟଙ୍କା ସହୟତା ରାଶି ଦିଆଯିବ। ଏବଂ ଅବଶିଷ୍ଟ ଚାକିରିର ଦରମା ମଧ୍ୟ ଦିଆଯିବ ବୋଲି କହିଛନ୍ତି ରାଜନାଥ ସିଂହ।

ସେପଟେ ଅଗ୍ନିପଥ ଯୋଜନା ଅଧିନରେ ସଶସ୍ତ୍ର ବାହିନୀର ଯୁବ ପ୍ରୋଫାଇଲ ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଛି। ଏହା ଅଗ୍ନିବୀରଙ୍କୁ ନୂତନ ଟେକ୍ନୋଲୋଜି ପାଇଁ ତାଲିମ ଦେବାରେ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବାରେ ସାହାଯ୍ୟ କରିବ। ସେହିଭଳି ଅଗ୍ନିପଥ ସ୍କିମକୁ ନେଇ ଲେପ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି ଯେ, ଅଗ୍ନିବୀର ହେଉଛନ୍ତି ଭବିଷ୍ୟତ ସୈନ୍ୟ ପ୍ରସ୍ତୁତି କରିବାର ଏକ ଅଂଶ। ଅଗ୍ନିବୀର ଭାରତର ଯୁବ ରକ୍ଷକ ହେବେ। ୪ ବର୍ଷ ଅଗ୍ନିବୀର ସେନାରେ ନିୟୋଜିତ ହେବାପରେ ତାଙ୍କର ବାୟୋଡାଟା ଓ ରିଜ୍ୟୁମ ଅନନ୍ୟ ହେବ। ଏହା ସହ ସେ ସକାରତ୍ମକ ମନୋବୃତ୍ତି ଓ ପ୍ରତିଭା ସହିତ ନିଜକୁ ଲୋକମାନଙ୍କ ଗହଳିରେ ଉପସ୍ଥାପନା କରିପାରିବେ। ସେ ସମୟରେ ଆମ ସହ ବିତେଇ ଥିବା ସମୟକୁ ସେମାନେ ମନେ ପକାଇବେ ବୋଲି କହିଛନ୍ତି ଅନିଲ ପୁରୀ। ସେହିପରି ଅଗ୍ନିପଥ ଯୋଜନା ସଶସ୍ତ୍ର ବାହିନୀରେ ନିଯୁକ୍ତିରେ ବଡ ପରିବର୍ତ୍ତନ ଆଣିବ ବୋଲି ସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି।

ତେବେ ଏହି ଯୋଜନା ଦ୍ୱାରା ଦେଶର ଯୁବପିଢୀଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇ ଦେଶର ସଶସ୍ତ୍ର ବଳକୁ ଅଧିକ ଶକ୍ତିଶାଳୀ କରାଯାଇପାରିବ। ଏହି ଟ୍ରେନିଂ ସମୟରେ ହାସଲ କରିଥିବା ଦକ୍ଷତା, ଅନୁଭବ, ସ୍କିଲକୁ ଉପଯୋଗ କରି ଯୁବପିଢୀ ନିଜ ଜୀବନରେ ଆଗକୁ ବଢିପାରିବେ। ଅନ୍ୟପଟେ ନିଯୁକ୍ତି ଅବଧି ଶେଷ ହେବାପରେ ଅଗ୍ନବୀରଙ୍କ ରୂପରେ ସମାଜକୁ ଏକ କୁଶଳ, ଶୃଙ୍ଖଳିତ ଏବଂ ଅନୁପ୍ରାଣିତ ଜନଶକ୍ତି ମିଳିପାରିବ। ଏହି ଯୋଜନା ମାଧ୍ୟମରେ ସେନାବାହିନୀକୁ ଅନେକ ଗୁଡିଏ ଲାଭ ମିଳିପାରିବ।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *