ଆଖୁଆ ନାଳର ପୁନଃରୁଦ୍ଧାର ଓ ସେତୁ ନିର୍ମାଣର ଭୂମି ପୂଜନ ଉତ୍ସବ

ଧର୍ମଶାଳା : ଆଖୁଆ ନାଳର ପୁନଃରୁଦ୍ଧାର ଓ ସେତୁ ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଯାଜପୁର ଜିଲା ରସୁଲପୁର ବ୍ଲକ ବନ୍ଧଡହି ପଂଚାୟତସ୍ଥ ଜୟସୁଙ୍ଗୁଡାସ୍ଥିତ ସପ୍ନେଶ୍ୱର ମନ୍ଦିର ପରିସରରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଓ ବରୀ ନିର୍ବାଚନ ମଣ୍ଡଳୀର ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଓଡିଶା ସରକାର ଜଳ ସମ୍ପଦ ବିଭାଗ , ଯାଜପୁର ଜଳ ନିକାଶ ଖଣ୍ଡ ପକ୍ଷରୁ ବ୍ରହ୍ମଣୀ ନଦୀରୁ ବାହାରି ବିରୂପା ନଦୀରେ ମିଶିଥିବା ଏହି ନାଳର ପୁନଃରୁଦ୍ଧାର ପାଇଁ ୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି କାର୍ଯ୍ୟ ଚଳିତ ମାସରୁ ଆରମ୍ଭ ହୋଇ ଏହା ମେ ମାସ ୨୦୨୪ରେ କାର୍ଯ୍ୟ ଶେଷ ହେବ । ଏହି ସେତୁ ନିର୍ମାଣ ପରେ ଧର୍ମଶାଳା,ବରୀ ଓ ବଡଚଣା ନିର୍ବାଚନ ମଣ୍ଡଳୀର ହଜାର ହଜାର ଚାଷୀ ଉପକୃତ ହୋଇପାରିବେ , ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ଓ ଆଗାମୀ ଦିନରେ ୧୧ କିମି ପର୍ଯ୍ୟନ୍ତ ଯାଇଥିବା ଏହି ନାଳ ଉପରେ ଆଉ ୩ଟି ସେତୁ ନିର୍ମାଣ କରାଯିବ ବୋଲି ବିଧାୟିକା ଶ୍ରୀମତି ଦାସ ସୂଚନା ଦେଇଥିଲେ । ଏବଂ ଏହି କାର୍ଯ୍ୟ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଶ୍ରେୟ ଦେଇଛନ୍ତି । କାର୍ଯ୍ୟକ୍ରମରେ ବନ୍ଧଡିହ ସରଂପଚ ବିକ୍ରମ କୁମାର ବେହେରା, ,ଯୁବନେତା ରାକେଶ ଦେଓ,ଗୋଳକୁଣ୍ଡ ପଂଚାୟତର ଯୁବନେତା ସହଦେବ ବେହେରା,ବିକ୍ରମ ନାୟକ,ବୁଲୁ ସାମଲ,ପ୍ରମୋଦ କୁମାର ସାହୁ,ସୁରେଶ ସାହୁ,ଅଶୋକ ଜେନା,ପ୍ରଦିପ ଜେନା,ତ୍ରିଲେଶଚନ ରାଉତ,ସରୋଜ ସାହାଣୀ,ଭରତ ରାଉତ,ଉପେନ୍ଦ୍ର ବେହେରା,ଦ୍ରୃବ ଜେନା,ଜଗବନ୍ଧୁ ସାହାଣୀ,ସଦାନନ୍ଦ ସାହାଣୀ,ବରିଷ୍ଠ କର୍ମୀଙ୍କ ସମେତ ଯାଜପୁର ଜଳ ନିକାଶ ଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଶମ୍ଭୁ ପ୍ରକାଶ ମଲ୍ଲିକ ଓ କନିଷ୍ଠ ଯନ୍ତ୍ରୀ ରଂଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଥାଉକି,ଏହି ଆଖୁଆ ନାଳର ପୁନଃରୁଦ୍ଧାର ନିମନ୍ତେ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ନିକଟରେ ସ୍ଥାନୀୟ ଚାଷୀ ଦାବି କରିଥିଲେ । ତେବେ ଏହି ସେତୁ ହେବା ଫଳରେ ଅଂଚଳବାସୀ ବେଶ ଖୁସି ଅଛନ୍ତି । ଚାଷୀଙ୍କ ସମେତ ବିଦ୍ୟାଳୟକୁ ଯାତାୟତ କରୁଥିବା ଛାତ୍ରଛାତ୍ରୀମାନେ ବେଶ ଉପକୃତ ହୋଇପାରିବେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *