ବିଜୁଳି ନଥିବାରୁ ପାଠପଢା ଠପ୍, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ, ୧୫ ବର୍ଷ ହେଲା ଗାଁକୁ ଯାଇନି ବିଜୁଳି

କେନ୍ଦ୍ରାପଡ଼ା : କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଘରେ ଘରେ ବିଜୁଳି ଓ ପାନୀୟ ଜଳର ନାରା ଦେଉଥିବା ବେଳେ କେନ୍ଦ୍ରାପଡାରେ ଏହା କେବଳ କାଗଜ କଲମରେ ରହିଯାଇଛି । ଜିଲ୍ଲାର ଅନେକ ଗ୍ରାମକୁ ପାନୀଜ ଜଳ ଯୋଗାଯାଇ ନଥିବା ବେଳେ ଅନ୍ୟ କେତେକ ଗ୍ରାମକୁ ୧୫ ବର୍ଷ ହେଲା ବିଦ୍ୟୁତ୍ ସଂଯୋଗ କରାଯାଇ ନାହିଁ । ଫଳରେ ଏହି ଗ୍ରାମର ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଓ ବୟସ୍କ ନାଗରିକଙ୍କ ଦୈନନ୍ଦିନ ଜୀବନ ଯାତ୍ରା ଦୁର୍ବିଶହ ହୋଇଥିଛି । ରାଜନଗର ବ୍ଲକର କଣ୍ଡିରା ପଞ୍ଚାୟତ କୁ ପ୍ରାୟ ୧୫ ବର୍ଷ ହେବ ବିଦ୍ୟୁତ୍ ସଂଯୋଗ ଆସିଥିଲେ ମଧ୍ୟ ପଦ୍ମନାଭ ପୁର ଓ ଦିବାକର ପୁର ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ସଂପ୍ରସାରଣ କରାଯାଇ ନାହିଁ । ଫଳରେ ଏହି ୨ଟି ଗ୍ରାମର ବାସିନ୍ଦା ମାନେ ଉପ ଜିଲ୍ଲାପାଳ ନିରଞ୍ଜନ ବେହରୋଙ୍କୁ ଭେଟି ଦାବିପତ୍ର ଦେବା ସହ ତୁରନ୍ତ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ନିବେଦନ କରିଥିଲେ । ଦାବିପତ୍ର ପ୍ରଦାନ ସମୟରେ ଶକ୍ତିପ୍ରଦ ମଣ୍ଡଳ, ଚନ୍ଦନା ମଣ୍ଡଳ, ଭାରତୀ ମଣ୍ଡଳ, ସୁଜାତା ମଣ୍ଡଳ, ପଞ୍ଚାନନ ସେଠୀ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *