ପୁରୀ : ଆଜି ତିନି ରଥ ଶରଧାବାଲିରେ ପହଞ୍ଚିଛି । ମଙ୍ଗଳବାର ଅପରାହ୍ନ ରେ ଆରମ୍ଭ ହୋଇଥିବା ରଥଟଣା କାର୍ଯ୍ୟ ବୁଧବାର ପୂର୍ବାହ୍ନରେ ଶେଷ ହୋଇଛି। ଆଜି ସକାଳୁ ପୁଣି ଥରେ ରଥ ଟଣା କାର୍ଯ୍ୟ ହେବା ପରେ ଶେଷରେ ଶରଧାବାଲିରେ ଦର୍ପଦଳନ ଓ ନନ୍ଦିଘୋଷ ରଥ ଲାଗିଛି । କାଲି ଶରଧାବାଲିରେ ଲାଗିଥିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ। ଆଜି ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିବେ ।
ଆଜି ସକାଳେ ଗତକାଲି ଅଧାବାଟରେ ଅଟକି ରହିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥଟଣା ହୋଇଥିଲା । ଶ୍ରଦ୍ଧାଳୁମାନେ ମନପ୍ରାଣ ଦେଇ ଦୁଇ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଛନ୍ତି। ଗତକାଲି ବଡ଼ଶଙ୍ଖରେ ଦର୍ପଦଳନ ରଥ ଅଟକିଥିଲା ବେଳେ ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now