ଚଣ୍ଡୀଗଡ଼ : ଶନିବାର ସକାଳେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନର ଏକ ଡ୍ରୋନ୍ କୁ ଖସାଇଛନ୍ତି ବିଏସଏଫର ଯବାନ ମାନେ । ପଞ୍ଜାବ ତରନତାରନ ନିକଟବର୍ତି ଲଖନା ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ବିଏସଏଫର ଅଧିକାରୀ ମାନଙ୍କ କହିବା କଥା, ଯବାନ ମାନେ ପ୍ରଥମେ ଡ୍ରୋନ୍ ର ଶବ୍ଦ ଶୁଣିବାକୁ ପାଇଥିଲେ । ଶବ୍ଦ ଆସୁଥିବା ଦିଗକୁ ଯବାନ ମାନେ ଗୁଳିଚାଳନା କରିଥିଲେ । ଏହାର କିଛି ସମୟ ପରେ ଏହି ଶବ୍ଦ ଶୁଣିବାକୁ ମିଳିନଥିଲା । ଯବାନ ମାନେ ସମ୍ପୃକ୍ତ ଅଂଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ପରେ ଏହି ଡ୍ରୋନ୍ ଟି କ୍ଷେତରେ ପଡିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଏହାକୁ ଫରେନସିକ୍ ଯାଂଚ୍ ପାଇଁ ପଠାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now