ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ଥାନା ହାଜତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ହେଲେ ଏମଭି-୬୬ ଗାଁର ପ୍ରୀତି । ଗତକାଲି ମାଥିଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପ୍ରୀତିଙ୍କୁ ଗିରଫ କରିଥିଲେ । ୧୦ କେଜି ଗଞ୍ଜେଇ ଧରି ଛିଡ଼ା ହୋଇଥିବା ସମୟରେ ଅବକାରୀ ବିଭାଗର କର୍ମଚାରୀମାନେ ପ୍ରୀତିଙ୍କୁ ଗିରଫ କରିଥିଲେ । ରାତିରେ ଖାଇ ସାରିବା ପରେ ଅବକାରୀ ଥାନା ହାଜତରେ ଶୋଇଥିଲେ ପ୍ରୀତି । କିନ୍ତୁ, ବିଳମ୍ବିତ ରାତିରେ ପ୍ରୀତି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଡିଏସପି ସଚିନ ପଟେଲ, ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀଙ୍କ ସମେତ ପୋଲିସ କର୍ମଚାରୀ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଶବ ଜବତ କରିବା ସହିତ ବ୍ଯବଛେଦ ନିମନ୍ତେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଚଳାଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now