ଭୁବନେଶ୍ୱର : ବାଲେଶ୍ୱରରେ ଏକ ଘରୋଇ କଲେଜରେ ପାଠ ପଢୁଥିବା +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ବିଳମ୍ବିତ ରାତିରେ ବେକରେ ଦଉଡି ଦେଇ ରୁମରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ଛାତ୍ରୀ ଜଣକ ନିଳଗିରୀ ସନ୍ତରାଗଡିଆ ଅଞ୍ଚଳର ବୋଲି ଜଣା ପଡିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ଆତ୍ମହତ୍ୟାର କାରଣ ସମ୍ପର୍କରେ କିଛି ଜଣା ପଡି ନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now