ଲକ୍ଷ୍ନୌ : ଭୀଷଣ ବର୍ଷା ଏବଂ ଭୂ-ସ୍ଖଳନ ଘଟଣାରେ ହିମାଚଳ ପ୍ରଦେଶରେ ଫସି ରହିଥିବା ଉତର ପ୍ରଦେଶର ୩୨୯ ଲୋକଙ୍କ ମଧ୍ୟରୁ ୨୯୯ ଜଣ ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି । ଅନ୍ୟମାନେ ମଧ୍ୟ କିଭଳି ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିବେ ସେନେଇ ପ୍ରୟାସ ଜାରୀ ରହିଛି ।
ସୂଚନା ମୁତାବକ, ଉତ୍ତରପ୍ରଦେଶର ମୋଟ୍ ୩୨୯ ଜଣ ଲୋକ ନିକଟରେ ପର୍ଯ୍ୟଟନ ଓ ଅନ୍ୟ କାରଣ ପାଇଁ ହିମାଚଳ ପ୍ରଦେଶ ଯାଇଥିଲେ । ତେବେ ସେଠାରେ ଭୀଷଣ ବର୍ଷା, ଭୂ-ସ୍ଖଳନ ଏବଂ ବନ୍ୟାରେ ଏମାନେ ଫସି ରହିଥିଲେ । ଏନେଇ ସୂଚନା ମିଳିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ରାଜ୍ୟ ସରକାର ଏବଂ ହିମାଚଳ ସରକାର ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ବର୍ତମାନ ସୁଦ୍ଧା ୩୨୯ ଲୋକଙ୍କ ମଧ୍ୟରୁ ୨୯୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ସେମାନେ ନିଜ ନିଜ ଘରକୁ ଫେରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now