ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ଦସ୍ତଖତ ଅଭିଯାନ

ପୁରୀ : ଶ୍ରୀମନ୍ଦିରର ଚାରିଦ୍ୱାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠେଇଥିବା ସହିତ ତୁରନ୍ତ ଉନ୍ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୧ ଲକ୍ଷ ଭକ୍ତଙ୍କ ହସ୍ତାକ୍ଷରରେ ଦାବି ପତ୍ର ଆସନ୍ତା ମାସ ୧ ତାରିଖ ଦିନ ଦିଆଯିବ । ଏହି ମହତ କାର୍ଯ୍ୟର ଶୁଭାରମ୍ଭ ଆଜି ସିଂହଦ୍ୱାର ସମ୍ମୁଖରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହେଇଛି । ଏହି କାର୍ଯ୍ୟକ୍ରମ ରେ ସମସ୍ତ ବୁଦ୍ଧିଜୀବି, ସେବକ, ନିଯୋଗ, ଭକ୍ତ ସହଯୋଗ କରିବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି । ହସ୍ତାକ୍ଷର ଆରମ୍ଭର ପ୍ରଥମ ଦିନରେ ୨୦୦ ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ , ଭକ୍ତ ହସ୍ତାକ୍ଷର କରିଥିଲେ ଆଗ୍ରହ ସହିତ । ଏହି ପନ୍ଦର ଦିନ ହସ୍ତାକ୍ଷର କାର୍ଯ୍ୟକ୍ରମ ରେ ପୁରୀ ଗଜପତି ,ଜଗତଗୁରୁ ଶଙ୍କରାଚାର୍ଯ୍ୟ, ଛତିଶା ନିଯୋଗ , ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରି ତାଙ୍କର ସହଯୋଗ କାମନା କରାଯିବ । ଗୁଣ୍ଡିଚା ମନ୍ଦିର, ରେଳ ଷ୍ଟେସନ ଓ ମନ୍ଦିର ପାଖରେ ଓ ସମସ୍ତ ସାହି ସାହି ବୁଲି ଏହି ହସ୍ତାକ୍ଷର କାର୍ଯ୍ୟକ୍ରମ ନିୟମିତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମରେ ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାଶ, ସମ୍ପାଦକ ତ୍ରିଲୋଚନ ଦାସ, ସଂଗଠନ ସମ୍ପାଦକ ସଚିନନ୍ଦନ ଦାଶ, ସହ ସମ୍ପାଦକ ଅଶୋକ ଆଢ, ଉପଦେଷ୍ଟା ହରିଶଙ୍କର ମିଶ୍ର, ଘଣ୍ଟୁଆ ସେବାୟତ ବିଚିତ୍ରା ନନ୍ଦ ସାହୁ,ପ୍ରଶାନ୍ତ କୁମାର ସାହୁ ,ଆଦିତ୍ୟ ନାରାୟଣ ବାରିକ, ସୁଧାଂଶୁ କୁମାର ଜେନା ଓ ଅନ୍ୟ ମାନେ ଏଥିରେ ସହଯୋଗ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *