ବନ୍ୟାରେ ଉବୁଟୁବୁ ଆସାମ

ବନ୍ୟାରେ ଉବୁଟୁବୁ ଆସାମ । ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରି ନାହିଁ। ବନ୍ୟାରେ ହନ୍ତସନ୍ତ ହେଉଛନ୍ତି ଆସାମ୍‌ ବାସୀ। ଜଳମଗ୍ନ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ଆସାମରେ ବନ୍ୟା ପରିସ୍ଥିତି ଗତ ୨୪ ଘଣ୍ଟା ମଧ୍ୟରେ ଅନ୍ୟ ୫ ଜଣଙ୍କ ଜୀବନ ନେଇଥିବା ବେଳେ ୧୩୯ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୩ ଜଣ ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି।ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ, ବନ୍ୟାରେ ପ୍ରଭାବିତ ହୋଇଥିବା ୨୭ ଟି ଜିଲ୍ଲାର ୧.୭୬ ଲକ୍ଷ ଲୋକ ୧୯ଟି ରିଲିଫ କ୍ୟାମ୍ପରେ ଅଛନ୍ତି। ରିଲିଫ କ୍ୟାମ୍ପରେ ରହିଥିବା ଅନ୍ତେବାସୀମାନଙ୍କ ମଧ୍ୟରୁ ୫୦୦ ରୁ ଅଧିକ ବର୍ଭବତୀ ମହିଳା ରହିଥିବା ବେଳେ ୪୫ହଜାରରୁ ଅଧିକ ଶିଶୁ ରହିଛନ୍ତି। ସେହିପରି ବାଲାଜୀ ,ବକସା, ଧେମାରି, ଧୁବ୍ରି, ଗୋଲାଘାଟ, ନାଲବାଡି, ସୋନିତପୁର,ତମୁଲପୁର ଏବଂ ଅନ୍ୟାନ୍ୟ ଜିଲ୍ଲାର ୨୨ଲକ୍ଷ ୨୧ହଜାର ୫୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମରେ ଧିରେ ଧିରେ ସୁଧୁରୁଛି ବନ୍ୟାସ୍ଥିତି। ହେଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ଜିଲ୍ଲାର ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନା ଅନୁଯାୟୀ, ସିଲଚରରେ ସ୍ଥିତି ଏବେ ବି ଗମ୍ଭୀର ରହିଛି। ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ନଦୀର ଜଳ ସ୍ତର ହ୍ରାସ ପାଉଛି।

କିନ୍ତୁ ନଗାଓଁରେ କୋପିଲି, କଛାର ବାରକା, କିଶୁଆର ଆଦି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟା ପରିସ୍ଥିତିକୁ ଅନୁନ୍ଧ୍ୟାନ କରିବା ପାଇଁ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମା ମଙ୍ଗଳବାର ଦିନ ବାଜଲି ଜିଲ୍ଲାର କୁଆୱାରା ଠାରେ ବନ୍ୟା ଦ୍ୱାରା ନଦୀରେ ସୃଷ୍ଟି ହୋଇଥିବା ପରିସ୍ଥିତି ଓ ଏହାର କ୍ଷୟକ୍ଷତିକୁ ବୁଝିବା ପାଇଁ ପରିଦର୍ଶନ କରିଥିଲେ। ବନ୍ୟା ପରିସ୍ଥିତି ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକୁ ମରାମତି କାର୍ଯ୍ୟ ଜାରି ରହିଛି। ସେପଟେ ଆସାମ ମୁଖ୍ୟମନ୍ତ୍ରୀ ଟ୍ୱୁଟ କରି ଲେଖିଛନ୍ତି ଯେ, ବଲିଉଡ୍ ଅଭିନେତା ଆମିର ଖାଁନ ସିଏମ୍ ରିଲିଫ ପାଣ୍ଠିକୁ ୨୫ଲକ୍ଷ ଟଙ୍କାର ଦେଇଛନ୍ତି। ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାର୍ଯ୍ୟ କରିଛନ୍ତି। ଏହା ସହ ଆସାମରେ ବନ୍ୟା ପୀଡିତଙ୍କୁ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଦଳ ତରଫରୁ ୫୧ ଲକ୍ଷ ଟଙ୍କାର ସହୟାତା ରାଶି ଘୋଷଣା କରିଛନ୍ତି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *