ଦେଶରେ ବ୍ୟାନ ହେବ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ

ଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ ହେବ। ଏହା ଜୁଲାଇ ୧ରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ କରାଯିବ। ଯେଉଁ ସାମଗ୍ରୀଗୁଡିକ ଅଳିଆ, ଆବର୍ଜନା ସୃଷ୍ଟି କରୁଛି ଏବଂ ତାର ବ୍ୟବହାର ବହୁ କମ ମାତ୍ରାରେ କରାଯାଉଛି, ଏହାସହ ସେଗୁଡିକର ଆମଦାନୀ, ମହଜୁଦ, ବିତରଣ ବିକ୍ରି ଓ ବ୍ୟବହାର ନିଷେଧ ହେବ। ଏନେଇ ମଙ୍ଗଳବାର କେନ୍ଦ୍ର ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେହିପରି ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଯାଞ୍ଚ ପାଇଁ ସ୍ୱତନ୍ତ୍ର ଟିମ ଗଠନ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପରିବେଶ ପ୍ରଦୂଷଣ ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଲୋକମାନେ ଗାଡିର ବ୍ୟବହାର କରୁଥିବା ବେଳେ ସେଥିରୁ ବାହାରୁଥିବା ଧୁଆଁ , କଳକାରଖାନାରୁ ବାହାରୁଥିବା ଧୂଆଁ ପରିବେଶକୁ ବହୁମାତ୍ରାରେ ପ୍ରଦୂଷଣ କରୁଛି। ସେହିପରି ପ୍ଲାଷ୍ଟିକର ବ୍ୟବହାରକୁ ଲୋକମାନେ ବହୁମାତ୍ରାରେ ବ୍ୟବହାର କରୁଛନ୍ତି। ଯାହା ସିଧାସଳଖ ପରିବେଶ ପାଇଁ କ୍ଷତିକାରକ। ଉଭୟ ସ୍ଥଳ ଓ ଜଳଭାଗ ପାଇଁ ଅତ୍ୟନ୍ତ ଖରାପ ବୋଲି ବିବେଚନା କରାଯାଇଛି। ତେଣୁ ଏହାର ବ୍ୟବହାର ବନ୍ଦ କରିବା ଆବଶ୍ୟକ ହୋଇପଡିଛି। ଗତବର୍ଷରୁ ୭୫ ମାଇକ୍ରନରୁ କମ ମୋଟା ଥିବା ପ୍ଲାଷ୍ଟିକ କ୍ୟାରି ବ୍ୟାଗର ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି.. …

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *