ଭାରତ ୱେଷ୍ଟଇଣ୍ଡିଜ୍ ଟେଷ୍ଟ : ଶେଷ ଦିନରେ ୱେଷ୍ଟଇଣ୍ଡିଜକୁ ଦରକାର ୨୮୯ , ଭାରତକୁ ଦରକାର ୮ ୱିକେଟ୍

ପୋର୍ଟ ଅଫ୍ ସ୍ପେନ୍ : ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଏକ ରୋମାଞ୍ଚକର ପର୍ଯ୍ୟାୟରେ ପ୍ରବେଶ କରିଛି, ୱେଷ୍ଟଇଣ୍ଡିଜ ଜିତିବା ପାଇଁ ୨୮୯ ରନ ଆବଶ୍ୟକ କରୁଥିବା ବେଳେ ମ୍ୟାଚର ଶେଷ ଦିନରେ ଭାରତକୁ ଆବଶ୍ୟକ ହେଉଛି ୮ଟି ୱିକେଟ ।

ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସରେ ୪୩୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ୨୫୫ ରନ୍ ସଂଗ୍ରହ କରିଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ ୧୩୮ ରନ୍ ରେ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସରେ ଭାରତ ୨ ୱିକେଟ୍ ହରାଇ ୧୮୧ ରନ୍ ସ୍କୋର କରି ୱେଷ୍ଟଇଣ୍ଡିଜ୍ ସାମନାରେ ୩୬୫ ରନ୍ ର ବିଜୟ ଲକ୍ଷ ରଖି ଭାରତ ନିଜର ଦ୍ୱିତୀୟ ଇନିଂସ ଘୋଷଣା କରିଛି ।

୩୬୫ ରନ୍‌ର ଟାର୍ଗେଟକୁ ଚେଜ୍ କରିବାକୁ ମଇଦାନକୁ ଓଲ୍ହାଇଥିବା ୱେଷ୍ଟଇଣ୍ଡିଜ୍ ଦଳ ଚତୁର୍ଥ ଦିନର ଖେଳ ଶେଷସୁଦ୍ଧା ୨ଟି ୱିକେଟ୍ ହରାଇ ୭୬ ରନ୍ ସଂଗ୍ରହ କରିଛି । ତେଗନାରାୟଣ ଚାନ୍ଦ୍ରପଲ୍୨୪ ଏବଂ ଜେରମାଇନ୍ ବ୍ଲାକ୍ଉଡ୍ ୨୦ ରନ୍ ସ୍କୋର କରି ଖେଳୁଛନ୍ତି। ଦ୍ୱିତୀୟ ଇନିଂସରେ ଅଧିନାୟକ କ୍ରେଗ ବ୍ରାଥୱାଇଟ୍ ୨୮ ରନ କରି ଆଉଟ ହୋଇଥିବାବେଳେ ଏବଂ କ୍ରିକ ମ୍ୟାକେଞ୍ଜି ଖାତା ମଧ୍ୟ ଖୋଲି ପାରିନଥିଲେ। ୱେଷ୍ଟଇଣ୍ଡିଜ୍ ର ଉଭୟ ୱିକେଟ୍ ରବିଚନ୍ଦ୍ରନ ଅଶ୍ୱିନ ନେଇଛନ୍ତି।

ଭାରତ ନିଜର ଦ୍ୱିତୀୟ ଇନିଂସ ପାଇଁ ଅଧିନାୟକ ରୋହିତ ଶର୍ମା (୫୭) ଏବଂ ଇଶାନ କିଶନ (୫୨ ଟି ଆଉଟ୍) ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ଯଶାସ୍ୱୀ ଜୈସୱାଲ ୩୮ ଓ ଶୁଭମାନ ଗିଲ ୨୯ ରନ୍ ର ଯୋଗଦାନ ଦେଇଥିଲେ। ଦ୍ୱିତୀୟ ଇନିଂସରେ ଜୋମେଲ ୱାରିକନ୍ ଏବଂ ଶାନନ୍ ଗାବ୍ରିଏଲ୍ ୱେଷ୍ଟଇଣ୍ଡିଜ୍ ପାଇଁ ଗୋଟିଏ ଗୋଟିଏ ୱିକେଟ୍ ନେଇଥିଲେ।

ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ଭଲ ଆରମ୍ଭ କରି ମଧ୍ୟ ପରେ ବିଫଳ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ନିଜର ଶେଷ ପାଞ୍ଚଟି ୱିକେଟ୍ ମାତ୍ର ୪୭ ରନ୍ ରେ ହିଁ ହରାଇଥିଲା।

ୱେଷ୍ଟଇଣ୍ଡିଜ୍ ପାଇଁ ପ୍ରଥମ ଇନିଂସରେ କ୍ୟାପଟେନ୍ କ୍ରାଇଗ୍ ବ୍ରାଥୱାଇଟ୍ (୭୫)ରନ୍ ର ଏକ ଚମତ୍କାର ଅର୍ଦ୍ଧଶତକ ଖେଳିଥିଲେ । ବ୍ରାଥୱାଇଟ୍ ବ୍ୟତୀତ ତେଗନାରାୟଣ ଚାନ୍ଦ୍ରପାଲ୍ ୩୩, କ୍ରିକ୍ ମ୍ୟାକେଞ୍ଜି ୩୨, ଆଲିକ୍ ଆଥାନେଜ୍ ୩୭ଏବଂ ଜେରମାଇନ୍ ବ୍ଲାକ୍ଉଡ୍ ୨୦ ରନ୍ ସ୍କୋର କରିଥିଲେ।

ଭାରତ ପାଇଁ ମହମ୍ମଦ ସିରାଜ ପାଞ୍ଚଟି, ମୁକେଶ କୁମାର, ରବିନ୍ଦ୍ର ଜାଡେଜା ଦୁଇଟି ଲେଖା ୱିକେଟ୍ ଅକ୍ତିଆର କରିତିବାବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମିଳିଛି ଗୋଟିଏ ୱିକେଟ୍ ।

ଭାରତ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ ରେ ପ୍ରଥମ ଟେଷ୍ଟ ଜିତି ଭାରତ ସିରିଜ୍ ରେ ୧-୦ ରେ ଆଗୁଆ ରହିଛି । ଯଦି ଏହି ମ୍ୟାଚରେ ଭାରତ ବିଜୟ ହାସଲ କରେ ତେବେ ଭାରତ ସିରିଜ୍ କ୍ଲିନ୍ ସ୍ୱିପ କରିବ । ଯଦି ଏହି ମ୍ୟାଚ ୱେଷ୍ଟଇଣ୍ଡିଜ୍ ବାଜିମାତ କରେ ତେବେ ସିରିଜ୍ ବରାବର ରେ ସମାପ୍ତ ହେବ ଅଥବା ଯଦି ଏହି ମ୍ୟାଚରେ କୌଣସିବି ଫଳାଫଳ ନମିଳେ ତାହେଲେ ମଧ୍ୟ ଭାରତ ସିରିଜ୍ ଜିତିବ । ଏହା ପରେ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ ମ୍ୟାଚ ବାଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *