ୟୁପିଏ ନିଜର ପାପ ଲୁଚାଇବା ପାଇଁ ନାମ ବଦଳାଇଛି : ପ୍ରଧାନମନ୍ତ୍ରୀ

ସୀକର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ନୂଆ ନାମରେ ଆସୁଥିବା ବିରୋଧି ମେଣ୍ଟ ରାଷ୍ଟ୍ର ହିତରେ ନୁହେଁ, ବରଂ ନିଜ ପୁରୁଣା ପାପକୁ ଲୁଚାଇବାର ଚେଷ୍ଟା କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ସାଂବଲୀ ରୋଡ଼ ସୀକରରେ ଆୟୋଜିତ ଜନସାଭାକୁ ସମ୍ବୋଧିତ କରିଥିଲେ । । ପ୍ରାୟ ଚାଳିଶ ମିନିଟ୍ ର ନିଜ ଭଷଣରେ ପ୍ରଧାନମନ୍ତ୍ରୀ ରାଜସ୍ତାନର କଂଗ୍ରେସ ସରକାର ଏବଂ ରାଜନୀତିକ ବିରୋଧୀ ଦଳର ମେଣ୍ଟରେ ପ୍ରବଳ କଟାକ୍ଷ କରିଛନ୍ତି ।

ସେ କହିଛନ୍ତି ଯେ, ଯେଉଁ ପ୍ରକାର ଫ୍ରଡ ରେ ବଦନାମ ହେବାପରେ କୌଣସି କମ୍ପାନୀ ନୂଆ ନାମରେ ଆସି ଦ୍ୱିତୀୟ ଥର ଠକିବାକୁ ଚେଷ୍ଟା ଆରମ୍ଭ କରେ, ସେହିପରି ୟୁପିଏ ନୂଆ ନାମକରଣ ସହିତ ଅବତରିତ ହୋଇଛି । ନାମ ବଦଳିଗଲେ କୌଣସି ଉଦ୍ଦେଶ୍ୟ ବଦଳେ ନାହିଁ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି ଯେ, ଯେଉଁପରି ଦେଶବିରୋଧି ଗତିବିଧି ଉଜାଗର ହେବାରୁ ପ୍ରତିବନ୍ଧିତ କରାଯିବାପରେ ଇସ୍ଲାମିକ ଷ୍ଟୁଡେଣ୍ଟ ମୁଭ୍ମେଣ୍ଟ ଅଫ୍ ଇଣ୍ଡିଆ ନିଜ ନାମ ବଦଳାଇ ପପୁଲାର ଫେଡେରେଶନ ଅପ୍ ଇଣ୍ଡିଆ ନାମରେ ଆସିଛି, ସେହିଭଳି ୟୁପିଏ ନିଜ ନାମ ବଦଳାଇ ଇଣ୍ଡିଆ ରଖି ନିଜ ପାପକୁ ଲୁଚାଇବାକୁ ଚେଷ୍ଟା କରୁଛି ।

ରାଷ୍ଟ୍ରହୀତ ବ୍ୟତୀତ ତୁଷ୍ଟୀକରଣର ନୀତିରେ ଡୁବିଥିବା ଏହି ଦଳ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ କରେ । ଗଲବାନ ଘାଟିରେ ଟିପ୍ପଣୀ କରି ଦେଶର ସେନାକୁ କାଠଗଡ଼ାରେ ଠିଆ କରେ । ଦେଶର ସେନା ଉପରେ ସେମାନଙ୍କୁ ଭରସା ନାହିଁ । ସୈନିକଙ୍କ ମୂଳଭୂତ ସୁବିଧା ପର୍ଯ୍ୟନ୍ତ ରୋକିଛି । ଟୁକଡେ ଟୁକଡ଼େ ଗ୍ୟାଙ୍ଗକୁ ଛାତିରେ ଲଗାଏ, ଆତଙ୍କବାଦୀଙ୍କ ଉପରେ ଲୁହ ବହାଏ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *