ଓଡିଶାରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ

ଓଡିଶାରେ କେନ୍ଦ୍ରମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରାଜନାଥ ସିଂ। ବିଜେପିରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବଙ୍କୁ ମିଳିଛି ପର୍ଯ୍ୟବେକ୍ଷକ ଦାୟିତ୍ୱ । ଅପରାହ୍ନ ସାଢେ ୪ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିବ । ବିଧାୟକ ଦଳ ବୈଠକରେ ନେତା ବାଛିବା ନେଇ ବିଜୟୀ ବିଧାୟକଙ୍କ ସହ କରିବେ ଆଲୋଚନା । ସେପଟେ ଦିଲ୍ଲୀରେ ଥିବା ବିଜେପି ସାଂସଦ ସବୁ ଓଡିଶା ପହଁଚିଲେଣି । ବୈଠକରେ ସମସ୍ତଙ୍କ ସହମ୍ମତିରେ ଯେଉଁ ନେତାଙ୍କ ଉପରେ ମୋହର ବାଜିବ ତାଙ୍କ ନାମକୁ ସଂସଦୀୟ ବୋର୍ଡକୁ ସୁପାରିଶ କରାଯିବ। ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି। ଏହାପରେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇବ ବିଜେପି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *