ପ୍ରବଳ ବର୍ଷାରେ ଧୋଇଗଲା ଘାଟି ରାସ୍ତା: ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ଓ କୋରାପୁଟରେ ବର୍ଷା ବିତ୍ପାତ। ପାହାଡ଼ିଆ ଅଞ୍ଚଳେ ଲାଗି ରହିଛି ଭୁସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଖସି ଧୋଇଗଲା ରାସ୍ତା । ବାୟାପଡ଼ା ଘାଟିରେ ରାସ୍ତା ଉପରେ ଚାଲିଛି ପାଣି। ଫଳରେ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ପାର ପାଇଁ ପ୍ରସ୍ତୁତ କରିଛନ୍ତି କାଠ ପୋଲ। ଏହାରି ଉପରେ ବିପଦ ଶଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଲୋକେ। ସେପଟେ ବର୍ଷା ପାଇଁ ଅନେକ ସ୍ଥାନରେ ବିଦ୍ୟୁତ ଓ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ସେହିପରି କୋରାପୁଟ ଲମତାପୁଟ ଓ ନନ୍ଦପୁର ଅଞ୍ଚଲରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ନନ୍ଦପୁର ବାଲଡା-ରୁକୁବା କାଲାଡି ଗାଁରେ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *