୧୦ ରାଜ୍ୟରେ ନୂଆ ରାଜ୍ୟପାଳ ହେଲେ ନିଯୁକ୍ତ

୧୦ ରାଜ୍ୟରେ ନିଯୁକ୍ତ ହେଲେ ନୂଆ ରାଜ୍ୟପାଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୧୦ ରାଜ୍ୟ ଓ  କେନ୍ଦ୍ରଶାସିତ ଅଞ୍ଚଳରେ ୯ ଜଣ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହୋଇଛନ୍ତି ଗୁଲାବ ଚାନ୍ଦ କଟରିଆ। ସେହିଭଳି ରାଜସ୍ଥାନର ନୂଆ ରାଜ୍ୟପାଳ ହେଲେ ହରିଭାଓ କିଷାନରାଓ ବାଗ୍ ଦେ। ଜିଷ୍ଣୁଦେବ ବର୍ମା ତେଲେଙ୍ଗାନାର ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଓମ୍ ପ୍ରକାଶ ମାଥୁର ସିକ୍କିମ ଓ ସନ୍ତୋଷ କୁମାର ଗଙ୍ଗୱାର ଝାଡ଼ଖଣ୍ଡ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେପଟେ ଛତିଶଗଡ଼ ରାଜ୍ୟପାଳ ଥିବା ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳରେ ରାମେନ ଡେକା ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସି.ଏଚ୍. ବିଜୟ ଶଙ୍କର ମେଘାଳୟ ଓ ସିପି ରାଧାକ୍ରିଷ୍ଣନନ୍ ମହାରାଷ୍ଟ୍ରର ରାଜ୍ୟପାଳ ହୋଇଛନ୍ତି। ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମ ରାଜ୍ୟପାଳ ସହ ମଣିପୁର ଅତିରକ୍ତି ଦାୟିତ୍ବ ମିଳିଛି। ଅନ୍ୟପକ୍ଷରେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି ରାଷ୍ଟ୍ରପତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *