ସ୍ୱାଧିନତା ଦିବସ ପୂର୍ବରୁ ଦିଲ୍ଲୀରୁ ଗିରଫ ହେଲା କୁଖ୍ୟାତ ଆତଙ୍କବାଦୀ

ଦିଲ୍ଲୀରୁ ଗିରଫ ହେଲା ଆଇଏସଆଇଏସର କୁଖ୍ୟାତ ଆତଙ୍କବାଦୀ । ଏନଆଇଏର ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ ରିଜଓ୍ୱାନ ଅଲ୍ଲୀକୁ ଗିରଫ କରାଯାଇଛି । ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ତାକୁ ଆଜି ଭୋରରୁ ଧରିବାରେ ସଫଳ ହୋଇଛି  । ସ୍ୱାଧୀନଦା ଦିବସ ପୂର୍ବରୁ ଦିଲ୍ଲୀରେ କୌଣସି ବଡ଼ ଧରଣର ବ୍ଲାଷ୍ଟ ଯୋଜନା କରୁଥିଲା ଏହି କୁଖ୍ୟାତ ଆତଙ୍କୀ । ଅସ୍ତ୍ରଶସ୍ତ୍ର ସହ ରିଜଓ୍ୱାନକୁ ଗିରଫ କରାଯାଇଛି । ରିଜୱାନ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଆତଙ୍କବାଦୀ ରିଜୱାନ ଦିଲ୍ଲୀର ଦରିୟାଗଞ୍ଜ ଅଞ୍ଚଳ ବାସିନ୍ଦା । ସେ ପୁଣେର ISIS ମଡ୍ୟୁଲର ଜଣେ କୁଖ୍ୟାତ ଆତଙ୍କବାଦୀ ଥିଲା । ମାତ୍ର ପୁଲିସ୍‌ ଆଖିରେ ଧୁଳି ଦେଇ ବହୁ ଦିନ ହେବ ରିଜୱାନ ଫେରାର ହେବାରେ ସକ୍ଷମ ହୋଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *