ୟୁପିରେ ମାତିଛି ଶାଢ଼ି ସିରିଏଲ କିଲର। ଗଲା ୧୩ ମାସ ଭିତରେ ୯ ମହିଳାଙ୍କ ଗଳାକାଟି ବୀଭତ୍ସ ହତ୍ୟା କଲାଣି। ଶାଢ଼ୀ ପିନ୍ଧିଥିବା ମହିଳାଙ୍କୁ ହତ୍ୟା କରିବା ଯେମିତି ସୌଖୀନ ପାଲଟିଛି ଏହି ସିରିଏଲ କିଲରର। ୯୦ ଗାଁରେ ଆତଙ୍କ ଖେଳାଇଥିବା ଏହି ସିରିଏଲ ଓ ସାଇକୋ କିଲରକୁ ଏଯାଏ ଧରିବାରେ ସକ୍ଷମ ହୋଇନି ପୁଲିସ। ୯ ମହିଳାଙ୍କ ମୃତଦେହ ବରେଲି ଜିଲ୍ଲାର ଶାହି, ଶିଶଗଡ଼ ଓ ଶେରଗଡ଼ ଥାନା ଅଞ୍ଚଳ ଅନ୍ତର୍ଗତ ବିଭିନ୍ନ ଆଖୁ କ୍ଷେତରୁ ଜବତ ହୋଇଛି।
୯୦ ଗାଁ। ୨୬ କିଲୋମିଟର ପରିଧି ଭିତରେ ଆତଙ୍କ ଖେଳାଇଛି ଜଣେ ଶାଢ଼ି କିଲର। ଗଲା ୧୩ ମାସରେ ୯ ମହିଳାଙ୍କୁ ହତ୍ୟା କଲାଣି ହତ୍ୟାକାରୀ। ସମସ୍ତ ମୃତକଙ୍କ ବୟସ ୪୫ରୁ ୫୫ ଭିତରେ। ଉତ୍ତରପ୍ରଦେଶ ବରେଲି ଜିଲ୍ଲା ଶାହି, ଶିଶଗଡ଼ ଓ ଶେରଗଡ଼ ଥାନା ଅଞ୍ଚଳରେ ସମାନ ଢଙ୍ଗରେ ଶାଢ଼ି ପିନ୍ଧା ମହିଳାଙ୍କୁ ଶାଢ଼ିରେ ଗଳାକୁ ଚିପି ହତ୍ୟା କରାଯାଇଛି। ଏହାକୁ ନେଇ ଭୟରେ ଲୋକଙ୍କ ନିଦ ହଜିଯାଇଥିଲା ବେଳେ ପୁଲିସର ବି ଟେନସନ ବଢ଼ିଲାଣି। କାରଣ ଏ ଯାଏ କିଲରରୁ ଧରିବାରେ ସକ୍ଷମ ହୋଇନି ପୁଲିସ। ୯ ମହିଳାଙ୍କ ମୃତ ଦେହ ବିଭିନ୍ନ ଆଖୁ କ୍ଷେତରୁ ଜବତ କରିଛି ପୁଲିସ। ବରେଲି ପୁଲିସ ସୋସିଆଲ ମିଡ଼ିଆରେ ୩ ସନ୍ଦିଗ୍ଧଙ୍କ ସ୍କେଚ୍ ଜାରି କରିଛି। ସନ୍ଧିଗ୍ଧଙ୍କ ବିଷୟେର ସୂଚନା ମିଳିଲେ ପୁଲିସ ସହ ସମ୍ପର୍କ କରିବାକୁ ଅପିଲ୍ କରାଯାଇଛି।
ମୃତଦେବ ବ୍ୟବଛେଦରୁ କୌଣସି ମହିଳାଙ୍କ ଶରୀରରେ ଯୌନ ନିର୍ଯ୍ୟାତନାର ଲକ୍ଷଣ ମିଳିନି। ଗଲା ବର୍ଷ ଜୁନରୁ ନଭେମ୍ୱର ଭିତରେ ସମାନ ଢାଞ୍ଚାରେ ୮ ମହିଳାଙ୍କୁ ହତ୍ୟା କରାଯାଇଥିଲା ବେଳେ ଗଲା ୩ ତାରିଖରେ ଶିଶଗଡ଼ ଥାନା ଅଞ୍ଚଳରେ ଏକ ଆଖୁ କ୍ଷେତରୁ ଆଉ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ତଦନ୍ତ ଜାରି ଭିତରେ ହତ୍ୟାକାରୀ ଫେରାର୍ ଥିବାରୁ ଅଞ୍ଚଳର ମହିଳାଙ୍କ ସୁରକ୍ଷା ଲାଗି ବରେଲି ପୁଲିସ ଏମର୍ଜେନ୍ସି ନମ୍ୱର ଜାରି କରିଛି। ସାର୍ବଜନୀନ ସ୍ଥାନରେ ସତର୍କ ରହିବାକୁ ମହିଳାଙ୍କୁ ପୁଲିସ ପରାମର୍ଶ ଦେଇଛି। ହତ୍ୟାକାରୀ ଜଣେ ସାଇକୋ। ମହିଳା ପିନ୍ଧିଥିବା ଶାଢ଼ି ନଚେତ ଓଢ଼ଣୀରେ ଗଳା ଚିପି ହତ୍ୟା କରୁଛି। ବଡ଼ କଥା ହେଲା, ଆଜି ଯାଏ କୌଣସି ଥାନାରେ ଏ ସନ୍ଦର୍ଭରେ ଗୋଟିଏ ବି ମାମଲା କେହି ରୁଜୁ କରିନାହାନ୍ତି।
ଗଲା ବର୍ଷ ଜୁନରେ ସର୍ବାଧିକ ୩ ହତ୍ୟା ହୋଇଥିଲା ବେଳେ ଜୁଲାଇ, ଅଗଷ୍ଟ, ଅକ୍ଟୋବରରେ ଜଣେ ଲେଖାଏଁ ମହିଳାଙ୍କୁ ସମାନ ଢାଞ୍ଚାରେ ହତ୍ୟା କରିଛି ସିରିଏଲ କିଲର। ନଭେମ୍ୱରରେ ୨ ଜଣଙ୍କୁ ହତ୍ୟା କରିଥିଲା ବେଳେ ଜୁଲାଇ ୩ରେ ଜଣଙ୍କୁ ହତ୍ୟା କରିଛି। ସମସ୍ତ ହତ୍ୟା ଶୂନଶାନ ଅଞ୍ଚଳରେ ହୋଇଛି। କିଲରକୁ ଧରିବାକୁ ୩ଶହ ପୁଲିସ କର୍ମଚାରୀଙ୍କୁ ନେଇ ୧୪ଟି ଟିମ୍ ଗଠନ ହୋଇଛି।
ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।
Naxatra News is now on Whatsapp
Join and get latest news update delivered to you via whatsapp
Join Now