ଜାମୁ-କାଶ୍ମୀରରେ ତୀବ୍ର ଭୂକମ୍ପ ଝଟକା ଅନୁଭୂତ

ଜାମୁ-କାଶ୍ମୀରର ବାରମୁଲାରେ ମଙ୍ଗଳବାର ସକାଳେ ତୀବ୍ର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବାରମୁଲାରେ ୨ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ଓ ୪.୮ ରେକର୍ଡ କରାଯାଇଛି । ପ୍ରଥମେ ରିକ୍ଟର ସ୍କେଲରେ ୪.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ୨ୟ ଥର ୪.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି ।  ଏଥିରେ ଧନ ଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳି ନାହିଁ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *