କଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା । ଆର ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ଅନ୍ୟ ୪ ଡାକ୍ତରଙ୍କର ପଲିଗ୍ରାଫ ପରୀକ୍ଷା କରାଯିବ। ଏଥିପାଇଁ ସିଟି କୋର୍ଟ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି। ୫ ଅଭିଯୁକ୍ତଙ୍କର ପଲିଗ୍ରାଫ ପରୀକ୍ଷା କରିବା ଲାଗି ସିବିଆଇ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। କାରଣ ପୂର୍ବତନ ଅଧ୍ୟକ୍ଷ ଏବଂ ଅନ୍ୟ ୪ ଡାକ୍ତରଙ୍କୁ ଜେରା ବେଳେ ସେ ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିରେ ତାଳମେଳ ରହୁନାହିଁ। ଘଟଣା ଦିନ ରାତିରେ ପୂର୍ବତନ ଅଧ୍ୟକ୍ଷ ଘୋଷଙ୍କ ସହିତ ଉକ୍ତ ୪ ଡାକ୍ତର ଡ୍ୟୁଟିରେ ଥିଲେ। ଏହା ସହିତ ପୀଡ଼ିତା ଉକ୍ତ ରାତିରେ ଏହି ୫ ଜଣଙ୍କ ସହିତ ମିଶି ସାନ୍ଧ୍ୟ ଭୋଜନ କରିଥିଲେ। ତେଣୁ ସେମାନଙ୍କ ମନ୍ତବ୍ୟରେ ସତ୍ୟତା ରହିଛି କି ନାହିଁ ତାହା ଯାଞ୍ଚ କରିବାକୁ ସିବିଆଇ ସେମାନଙ୍କର ପଲିଗ୍ରାଫ ପରୀକ୍ଷା କରିବାକୁ କୋର୍ଟରେ ଆବେଦନ କରିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now