ଆଜି ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ଗୃହ କାର୍ଯ୍ୟ ଆରମ୍ଭରୁ ସରଗରମ ରହିପାରେ ବିଧାନସଭା। ଚିକିଟି ମଦ ମୃତ୍ୟୁ ମାମଲାରେ ଅବକାରୀ ମନ୍ତ୍ରୀଙ୍କର ଇସ୍ତଫା ଦାବି, ସୁଭଦ୍ରା ଯୋଜନା ଏସଓପିକୁ ନେଇ ଶାସକ -ବିରୋଧୀ ମୁହାଁମୁହିଁ ହୋଇପାରନ୍ତି। ଏହାସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଶୂନ୍ୟକାଳରେ ଉଠିପାରେ। ବିରୋଧୀ ବିଜେଡି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ। ତେବେ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରୁଥିବାବେଳେ ଶାସକ ଦଳର କଣ ଆଭିମୁଖ୍ୟ ରହୁଛି , ବିରୋଧୀଙ୍କୁ କାଉଣ୍ଟର କରିବାକୁ ନୂଆ ରଣନୀତି ଅଣାଯାଇପାରେ ବୋଲି ଅନୁମାନ କରାଯାଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now