ମହାରାଷ୍ଟ୍ର ରତ୍ନଗିରିରୁ ଆସିଛି ଏକ ଛାତିଥରା ଖବର। ନିଶା ଦେଇ ୧୯ ବର୍ଷୀୟା ନସିଂ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛି ଅଟୋ ଡ୍ରାଇଭର। ଏହି ଘଟଣାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ସୂଚନା ମୁତାବକ, ଘଟଣାଟି ସୋମବାର ଘଟିଛି । ଛାତ୍ରୀଜଣକ କ୍ଲାସ ସାରି ଘରକୁ ଯିବା ପାଇଁ ଅଟୋ ଧରିଥିଲେ । ଅଟୋରେ ଡ୍ରାଇଭର ତାଙ୍କୁ ପିଇବାକୁ ପାଣି ବୋତଲ ଦେଇଥିଲା । ହେଲେ ସେ ପାଣିରେ ପୂର୍ବରୁ ନିଶା ମିଶିଥିଲା। ଛାତ୍ରୀ ଜଣକ ଏହି ପାଣି ପିଇ ବେହୋସ୍ ହୋଇଯିବା ପରେ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇଯାଇ ଦୁଷ୍କର୍ମ କରଇଥିଲା ଅଟୋ ଡ୍ରାଇଭର। ତେବେ ଛାତ୍ରୀ ଜଣଙ୍କ ଘରକୁ ଗୁରୁତର ଅବସ୍ଥାରେ ଫେରି ଜଣାଇବା ପରେ ପରିବାର ଲୋକେ ପୋଲିସରେ ମାମଲା ଦାଏର କରିଥିଲେ। ପୋଲିସ ଘଟଣାର ଛାନଭିନ୍ କରିବା ସହ ସ୍ଥାନୀୟ ଅଞ୍ଚଳର ସମସ୍ତ ସିସିଟିଭିକୁ ଯାଞ୍ଚ କରୁଛି । ଏହି ଘଟଣାକୁ ବିରୋଧ କରି ରତ୍ନଗିରିରେ ଜନ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now